Onn 3

ଏସି ରୁମରେ ବସି ବିଜେପି ଦଳ ଚଳାଏନାହିଁ: ମୋଦୀ

National & International

ଭୋପାଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଣୀ କମଳାପତି ରେଳଷ୍ଟେସନରେ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ପାଞ୍ଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ (ରାଣୀ କମଳାପତି)-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ, ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଗୋଆ (ମାଡଗାଓଁ) ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ | ଏହା ପରେ ମୋଦୀ କମଳା ନେହେରୁ ଷ୍ଟାଡିୟମରେ ଆୟୋଜିତ ‘ମୋ ବୁଥ, ସବୁଠାରୁ ମଜଭୁତ’ କାର୍ଯ୍ୟକ୍ରମରେ ପହଞ୍ଚି ସେଠାରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଜେପିକୁ ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ପରିଣତ କରିବାରେ ମଧ୍ୟପ୍ରଦେଶର ଭୂମିର ଏକ ବଡ଼ ଭୂମିକା ରହିଛି। କର୍ମୀମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଭରଚୁଆଲ ମାଧ୍ୟମରେ ଆଜି ୧୦ ଲକ୍ଷରୁ ଅଧିକ କର୍ମୀ ଯୋଡି ହୋଇଛନ୍ତି | ଏହା କର୍ମୀମାନଙ୍କର ସବୁଠାରୁ ବଡ ସମ୍ମିଳନୀ | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂରଣ ହେବା ପରେ ସାରା ଦେଶରେ ଆୟୋଜିତ କାର୍ଯ୍ୟକ୍ରମ ତଥା କର୍ମୀମାନେ ଯେଉଁ ପରିଶ୍ରମ କରୁଛନ୍ତି ସେ ସମ୍ବନ୍ଧରେ ସୂଚନା କ୍ରମାଗତ ଭାବରେ ମୋ ପାଖରେ ପହଞ୍ଚୁଛି। ଏପରିକି ଯେତେବେଳେ ମୁଁ ଆମେରିକା ଏବଂ ଇଜିପ୍ଟରେ ଥିଲି, ମୁଁ ଆପଣମାନଙ୍କର ଉଦ୍ୟମ ବିଷୟରେ ନିରନ୍ତର ସୂଚନା ପାଇଥିଲି | ସେଠାରୁ ଫେରିବା ପରେ ଆପଣମାନଙ୍କୁ ଭେଟି ମୁଁ ଅତ୍ୟନ୍ତ ଖୁସି ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ କର୍ମୀମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଜଣେ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ ମୋଦୀ କହିଛନ୍ତି, ବୁଥ ସ୍ତରରେ କର୍ମୀଙ୍କ ମଧ୍ୟରେ ସେବା ଭାବନା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ବିଜେପି କର୍ମୀଙ୍କ ପାଇଁ ଦେଶ ହିତ ସବୁଠାରୁ ଆଗରେ | ଦଳ ଅପେକ୍ଷା ଦେଶ ବଡ଼ | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଜେପି କର୍ମୀମାନେ ଅନ୍ୟ ଦଳଙ୍କ ପରି ନୁହଁନ୍ତି, ଯେଉଁମାନେ ଏସି ରୁମରେ ବସି ଦଳ ଚଳାଉଛନ୍ତି ଏବଂ ଫତୱା ଜାରି କରୁଛନ୍ତି।