Hw0rxxouuldjjm3lkvsf

ଉତ୍ତରାଖଣ୍ଡରେ ହିମସ୍ଖଳନ: ଫସିଛନ୍ତି ୪୭ ଶ୍ରମିକ

National & International

ଡେରାଡୁନ: ଉତ୍ତରାଖଣ୍ଡ ଚାମୋଲିରେ ଘଟିଛି ବଡ଼ ଦୁର୍ଘଟଣା । ହିମସ୍ଖଳନ କାରଣରୁ ବଡ ଅଘଟଣ ଘଟିଛି । ମାଣା ଗାଁ ଗ୍ଲେସିୟର ତରଳିବା ଦ୍ୱାରା ୪୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଛନ୍ତି । ଏଥିସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ବରଫ ତଳେ ୫୭ ଶ୍ରମିକ ଦବି ଯାଇଥିବା ବେଳେ ୧୦ ଜଣଙ୍କ ଉଦ୍ଧାର କରାଯାଇଛି ।

ତେବେ ଘଟଣା ନେଇ ଟ୍ବିଟ୍ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଘଟଣାରେ ଦୁଃଖ ପ୍ରକାଶ ସହ କହିଛନ୍ତି, ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି, ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ।