Onn 3

ପୋଲିସ ପେଟ୍ରୋଲିଂ ନହେବା ଯୋଗୁଁ ଛରତକଣ୍ଟା ବଜାରରୁ ବାରମ୍ବାର ଚୋରି

Crime State

ନିଶ୍ଚିନ୍ତକୋଇଲି: କଟକ ଚାନ୍ଦବାଲି ରାସ୍ତା ପାଶ୍ୱର୍ ପାଟପୁର ଓ କେନ୍ଦୁପାଟଣା ଛକ ରେ ଥିବା ଛତରକଣ୍ଟା ବଜାରର ବିଭିନ୍ନ ଦୋକାନରୁ ବାରମ୍ବାର ଚୋରି ହେଉଥିବା ନେଇ ବ୍ୟବସାୟୀ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଛତରକଣ୍ଟା ବଜାର ବ୍ୟବସାୟ ସଂଘ ପକ୍ଷରୁ ରାତିରେ ପେଟ୍ରୋଲିଂ କରିବା ପାଇଁ ସାଲେପୁର ଥାନା ପୋଲିସକୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାଁନ୍ତି । ଚୋରି ହୋଇଥିବା ସଂକ୍ରାନ୍ତରେ ବ୍ୟବସାୟୀ ମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆସି ତଦନ୍ତ କରି ଫେରିଯାଇ ଚୁପ୍‌ଚାପ ବସିରହୁଛି । ଚୋର ଧରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ହେଉନଥିବାରୁ ବାରମ୍ବାର ଦୁର୍ବୁତ୍ତମାନେ ଚୋରି କରୁଥିବା ଦେଖାଯାଇଛି ।

ଏପରିକି ଗୋଟିଏ ବର୍ଷ ଭିତରେ ୧୦ଥରରୁ ଉର୍ଦ୍ଧ୍ୱ ଏହି ବଜାରର ବିଭିନ୍ନ ଦୋକାନ ଓ ପାଖରେ ଥିବା ହନୁମାନ ମନ୍ଦିରରୁ ଚୋରି ହୋଇଥିବା ଜଣାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ବ୍ୟବସାୟୀ ସନ୍ତୋଷ ରଣାଙ୍କ ଜଳଖିଆ ଦୋକାନର ତାଲା ଭାଙ୍ଗି ୨ଟି ଗ୍ୟାସ ଟାଙ୍କି, ୨ଟି ଚୁଲା, ଚାର୍ଜର ଲାଇଟ ଏବଂ ବିଭିନ୍ନ ଖାଦ୍ୟସାମଗ୍ରୀ ଉପକରଣ ଚୋରି ହୋଇଥିଲା ବେଳେ ଗଦାଧର ବେହେରାଙ୍କ ଦୋକାନ ତାଲା ଭାଙ୍ଗି ଗୋଟିଏ ଗ୍ୟାସ ଟାଙ୍କି ସମେତ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜଣାଯାଇଛି । ଏହା ପୂର୍ବରୁ ଶରତ ଚନ୍ଦ୍ର ଦିକ୍ଷିତଙ୍କ ଦୋକାନରୁ ୨ଥର ଚୋରି ହୋଇଥିଲା ବେଳେ ଉତ୍ସବ ବିଶ୍ୱାଳ ଙ୍କ ଦୋକାନରୁ ମଧ୍ୟ ୨ଥର ଚୋରି ହୋଇଛି । ଏହାଛଡ଼ା ବାବାଜୀ ଚରଣ ଦାସ, ବାଉରୀ ବନ୍ଧୁ ସାହୁ, ପ୍ରଦୀପ୍ତ କୁମାର ସାହୁ ଆଦି ବ୍ୟବସାୟୀଙ୍କ ଦୋକାନରୁ ମଧ୍ୟ ଚୋରି ହୋଇଥିଲା । ପୋଲିସ ପକ୍ଷରୁ କଡ୍ଡା ପେଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ବ୍ୟବସାୟୀ ମାନେ ଦାବି କରିଛନ୍ତି ।