Onn 3

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

Crime State

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନ ୫୫ନମ୍ବର ଜାତୀୟ ରାଜପଥ କଞ୍ଜରାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ଜୀବନ ଯାଇଥିବା ଖବର ମିଳିଛି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ,କଞ୍ଜରା ଗାଁର ୬୦ ବର୍ଷୀୟ ବୃଦ୍ଧ ସମ୍ବିତ ପ୍ରଧାନ ଆଜି ସକାଳେ ନିଜ ଘରୁ ଚାଲିଚାଲି ଯାଉଥିଲେ। ସେ ଜା୍ତୀୟ ରାଜପଥ ପାର ହେବା ବେଳେ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସମ୍ବିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଲୋକେ ତାଙ୍କୁ ଉଦ୍ଧାର କରିବା ବଳେକୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ଜରପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି।