Onn 3

ଆଜି ପାଳିତ ହେବ ହେରାପଞ୍ଚମୀ ନୀତି

Religion and Cult State

ପୁରୀ:ମହାଲକ୍ଷ୍ମୀଙ୍କୁ ଛାଡି ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଥୀରେ ଧରି ନବଦିନାତ୍ମିକ ଯାତ୍ରା କରିଛନ୍ତି । ତାଙ୍କୁ ସାଙ୍ଗରେ ନ ଆଣିଥିବାରୁ ଅଭିମାନରେ ରହିଛନ୍ତି ମହାଲକ୍ଷ୍ମୀ । ତେଣୁ କାଳିଆ ଠାକୁରଙ୍କୁ ଫେରାଇ ନେବାକୁ ଆସନ୍ତି ଲକ୍ଷ୍ମୀ । ହେଲେ ନଅଦିନ ଯାତ୍ରା ଶେଷ ନହେବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବେ ନାହିଁ ବୋଲି ମହାଲକ୍ଷ୍ମୀଙ୍କୁ କହିଛନ୍ତି । ଏଥିରେ ରାଗିଛନ୍ତି ମହାଲକ୍ଷ୍ମୀ । ଫେରିଗଲା ବେଳେ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାଆନ୍ତି । ଏହିପର ମ୍ପରାକୁ ହେରା ପଞ୍ଚମୀ କୁହାଯାଏ । ଶନିବାର ପାଳିତ ହେବ ଏହି ନୀତି । ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଆସିବେ ଗୁଣ୍ଡିଚାମନ୍ଦିରକୁ ।

ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିଘଣ୍ଟ ହୋଇଛି । ଭୋରରୁ ଦ୍ୱାର ଫିଟାଯାଇ ମଙ୍ଗଳଆଳତୀ ନୀତିସମ୍ପନ୍ନ ହେଲା ପରେ ସାହାଣମେଲା ଦର୍ଶନ ଅନୁଷ୍ଠିତ ହେବ । ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ଅପରାହ୍ନରେ ଧୁପନୀତି ବଢି ଦ୍ୱିତୀୟ ଭୋଗ ମଣ୍ଡପ ବଢିବ । ପରେ ସନ୍ଧ୍ୟାଧୂପ ହେବ । ସନ୍ଧ୍ୟାଧୂପ ଶେଷ ହେଲା ପରେ ମହାଲକ୍ଷ୍ମୀ ଜଗମୋହନକୁ ବିଜେ କରିବେ । ମହାଲକ୍ଷ୍ମୀଙ୍କୁ ଆଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ବଢିବ । ମଇଲମ,ଚନ୍ଦନଲାଗିବଡସିଂହାର ହୋଇ ବିଳମ୍ବିତ ରାତ୍ରରେ ପହୁଡ ହେବାର ନୀତି ନିଘଣ୍ଟ ହୋଇଛି ।