Onn 3

୨୫ଟି ଅଙ୍ଗନୱାର୍ଡି କେନ୍ଦ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଧିନକୁ ଆସିଲା

State

ନିଶ୍ଚିନ୍ତକୋଇଲି : ଜଗତସିଂପୁର ଜିଲ୍ଲା ତଥା ରଘୁନାଥପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ୪ଟି ପଂଚାୟତର ୨୫ଟି ଅଙ୍ଗନୱାର୍ଡି କେନ୍ଦ୍ର ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନକୁ ଆସିଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ଚିଠି ନଂ ୧୨୬୬୩ ତା ୧୯/୬/୨୦୨୩ ଅନୁଯାଇ ରଘୁନାଥ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକର ଉତରକୂଳ,ବାବୁଜଙ୍ଗ,ମଣିଜଙ୍ଗ ଓ ମହମ୍ମଦପୁର ଇତ୍ୟାଦି ୪ଟି ପଂଚାୟତରେ ଥିବା ବିଶ୍ୱନାଥପୁର,ମହମ୍ମଦପୁର-୧, ମହମ୍ମଦପୁର-୨, ମହମ୍ମଦପୁର-୩-ମହମ୍ମଦପୁର-୪, ମଣିଜଙ୍ଗ-୧,ମଣିଜଙ୍ଗ-୨, ମଣିଜଙ୍ଗ-୩, ଓଡଖଣ୍ଡ, ବାବୁଜଙ୍ଗ-୧,ବାବୁଜଙ୍ଗ-୨ , ବାବୁଜଙ୍ଗ-୩, ଦୁଲୁପୁର-୧, ଦୁଲୁପୁର-୨, ବାରିମୂଳ, ସଫିପୁର,ମେହେନ୍ଦିପୁର,ଉତରକୂଳର ମୁଗୁରିଆ, ପିଇଁପୁର, ସାହସପୁର ,ସଂଗ୍ରାମପୁର, ଊରତକୂଳ-୧, ଉତରକୂଳ-୨, ଚମ୍ପା, ବିରିବନ୍ଧ ଇତ୍ୟାଦି ୨୫ଟି ଅଙ୍ଗନୱାର୍ଡି କେନ୍ଦ୍ର ଦୀର୍ଘ ବର୍ଷ ହେଲା ରଘୁନାଥପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ରହିଥିଲା ।

ପରିଚାଳନା ଓ ଶାସନର ସଦୂପଯୋଗ ନିମନ୍ତେ ସରକାରଙ୍କ ତରଫରୁ ଏହି ୨୫ଟି ଅଙ୍ଗନୱାର୍ଡି କେନ୍ଦ୍ରକୁ ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପରିଚାଳନା କରିବ ବୋଲି ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ୩୭ଟି ପଂଚାୟତର ୨୫୯ଟି ଅଙ୍ଗନୱାର୍ଡି କେନ୍ଦ୍ର ରହିଥିଲା । ଏହି ୪ଟି ପଂଚାୟତର ୨୫ଟି ଅଙ୍ଗନୱାର୍ଡି କେନ୍ଦ୍ର ନିଶ୍ଚିନ୍ତକୋଇଲି ବ୍ଳକ ରେ ସାମିଲ ହେବା ଯୋଗୁ ବ୍ଳକ ଅଙ୍ଗନୱାର୍ଡି କେନ୍ଦ୍ର ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି । ତେବେ ଦୀର୍ଘ ଦିନ ହେଲା ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀଙ୍କ ପଦବୀ ଖାଲି ପଡିଛି ।

ତିଗିରିଆ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବିଶୋଇଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ରୂପେ ବଦଳୀ କରାଯାଇଛି । ତେବେ ଶ୍ରୀମତୀ ବିଶୋଇ ଜୁଲାଇ ୧ ତାରିଖ ଦିନ କାର୍ଯ୍ୟରେ ଯୋଗଦେବେ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀମତୀ ବିଶୋଇ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିକଟ ସମ୍ପର୍କୀୟ ବନ୍ଧୁ ଅଟନ୍ତି ।