Onn 3

ଦେବଗିରୀ ବନାଞ୍ଚଳ ପକ୍ଷରୁ ଚାରା ବଣ୍ଟନ

State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦେବଗିରୀ ବନାଞ୍ଚଳ ପକ୍ଷରୁ ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ଙ୍କ ତତ୍ୱାବଧାନରେ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୀତାଫଳ,ପିଜୁଳି ପଣସ କାଜୁ ଏହିଭଳି ବିଭିନ୍ନ କିସମର ଚାରା ଏକ ଟଙ୍କାରେ ଆଧାର କାର୍ଡ ଦେଖାଇ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି।ଜନ ସାଧାରଣ ବିଭିନ୍ନ ଚାରା ନେଇ ନିଜର ବାଡ଼ି ବଗିଚାରେ ଚାରା ରୋପଣ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ରେନଞ୍ଜର ଏନ ଡି ଶର୍ମା, ଫରେଷ୍ଟର ପି. ଭେଙ୍କେଟେ ରାମାଣା, ଶିବରାମ ସାବତଙ୍କ ସମେତ ପାରା ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଚାରା ବଣ୍ଟନ କରିଥିଲେ।ଏହିଭଳି ବିଭାଗ ର କାର୍ଯ୍ୟକ୍ରମକୁ ଜନ ସାଧାରଣ ସାଧୁବାଦ ଜଣାଇଛନ୍ତି।