Onn 3

ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ସ୍ୱାସ୍ଥ୍ୟକର୍ମୀ

State

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାମ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ କରିଛନ୍ତି | ମିଳିଥିବା ସୂଚନା ମୁତାବକ ୨୦୨୨ ଓ ୨୦୨୩ ପାଇଁ ଆଜି ଦେଶର ବଛାବଛା ସ୍ୱାସ୍ଥ୍ୟକର୍ମୀଙ୍କୁ ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର ଦିଆଯାଇଛି |

ଏଥିରେ ଓଡ଼ିଶାର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି | ୨୦୨୨ ପାଇଁ ନର୍ସ ସେବତୀ ସାହୁ ଓ ୨୦୨୩ ପାଇଁ ଏଏନଏମ ମଞ୍ଜୁଲତା ମହାରଣାଙ୍କୁ ପୁରସ୍କାର ମିଳିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ୧୯୭୩ ମସିହାରୁ ଦିଆଯାଇଆସୁଛି |