Img 20250224 Wa0188

ନାବାଳିକା ଦୁଷ୍କର୍ମକାରୀ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: 2023 ଡିସେମ୍ବର 10 ତାରିଖ ରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ହୋଇଥବା ଜନୈକ ନାବାଳିକା ସିହିତ ଏକ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଆଡ଼-ହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଆଣ୍ଡର ପୋକ୍ସ ଆକ୍ଟ, ମୟୁରଭଞ୍ଜ, ବାରିପଦା ସନ୍ତୋଷ କୁମାର ନାୟକ ଅଭିଯୁକ୍ତ କୁ ଭାରତୀୟ ନ୍ୟାୟ ସଂହିତା 6 ଅଫ ଦା ପକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି |

ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବନ୍ଦନ ଗ୍ରାମର ବିଜୁ ବିନ୍ଧାଣି (30) | ମାମଲାର ବିବରାଣୀ ରୁ ପ୍ରକାଶ ଯେ 10-12-2023 ରିଖ ଦିନ ପାଖାପାଖୀ 11 ଟା ସମୟରେ ଜନୈକ ନାବାଳିକା ଜଣକ ଗ୍ରାମର ପୋଖରୀକୁ ଶୌଚ ଯାଇଥିବା ସମୟରେ ଅଭିଯୁକ୍ତ ତାକୁ ଜୋର ଜବରଦସ୍ତ ଟେକି ନେଇ ତା ସହିତ ଦୁଷ୍କର୍ମ କରିଥିଲା | ଘରେ ବାପା ମା ସେହି ସମୟରେ ଉପସ୍ଥିତ ନଥିଲେ | ପରେ ଆସି ଝିଅ କୁ ଖୋଜିଥିଲେ| ଝିଅ ଘରକୁ ଆସି ଏ ସମସ୍ତ କଥା ବାପା ମା ଆଗରେ ପ୍ରକାଶ କରିଥିଲା| ଏ ବାବଦରେ ପରିବାରଵର୍ଗ ଙ୍କ ଅଭିଯୋଗ କ୍ରମେ ବାଦାମପାହାଡ଼ ଥାନାରେ କେସ ନମ୍ବର 142/11-12-2023 ରେ ଏକ ମାମଲା ରୁଜୁ କରିବା ସହ 15-12-2023 ରେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିଲା. ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରଞ୍ଜନ ପଟନାଏକ ପରିଚାଳନା କରିଥିଲେ |