Onn 3

ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌

Crime State

କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌ । ପୋଲିସର ଏକ ୫ ଜଣିଆ ଟିମ୍‌ କୋଲକାତା ଯାଇଛି । ଜଣେ ମହିଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଧିକ ଖୋଳତାଡ କରିବ ପୋଲିସ । ତଦନ୍ତକାରୀ ଟିମ୍‌ରେ ସ୍ପେଶାଲ୍‌ ସ୍କ୍ଵାଡ୍‌ ସଦସ୍ୟ ଅଛନ୍ତି । ଯୁବତୀ ଶୋଷଣ ଅଭିଯୋଗ ଆଣିବା ପରଠୁ ସୌରିନଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଅଛି । ତାଙ୍କ ସହ ଯୋଗାଯୋଗ ହୋଇ ପାରୁନି । କୋଲକାତାରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରିବ । କେଉଁଠି ଅଛନ୍ତି ସୌରିନ୍‌ ? କାହିଁକି ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଅଛି ? ସେନେଇ ତଥ୍ୟ ହାସଲ କରିବ ତଦନ୍ତକାରୀ ଟିମ୍‌ ।

ସୌରିନଙ୍କ ବିରୋଧରେ ଯୁବତୀ ଆଣିଥିବା ଅଭିଯୋଗର ଅଧିକ ଖୋଳତାଡ କରିବ । ଗତ ୧୨ତାରିଖରେ କଟକର ଜଣେ ଯୁବତୀ ସୌରିନ ଭଟ୍ଟଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ । କଟକ ସିଡିଏ ଅଞ୍ଚଳରେ ସୌରିନ ନେଇଥିବା ଭଡ଼ା ଘରେ ବି ତଦନ୍ତ କରିଛି ପୋଲିସ । ଘର ମାଲିକଙ୍କୁ ନୋଟିସ କରାଯାଇଛି । ବିବାହର ପ୍ରଲୋଭନ ଦେଇ ସୌରିନ ନିର୍ଯାତନା ଦେଇଥିବା ନେଇ ମହିଳା ଥାନାରେ ଏତଲା ଦେଇଥିଲେ ଯୁବତୀ । ଶାରୀରିକ ନିର୍ଯାତନା ଦେବା ସହ ତାଙ୍କଠାରୁ ୯ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।