Onn 3

ଭବାନୀ ମଲ୍ ନିକଟସ୍ଥ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ

State

ଭୁବନେଶ୍ୱର ସ୍ଥିତ ସହିଦନଗର ଭବାନୀ ମଲ୍ ନିକଟରେ ଥିବା ଏକ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହା ସହ ଭିତରେ ଫଶି ରହିଥିବା ୪ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରବଳ ଧୂଆଁ ହେବା ଯୋଗୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାରେ ବାଧା ସୃଷ୍ଟି ହୋଇଥିଲା ।

ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରି ରୁମରେ ନିଆଁ ଲାଗିଯାଇଥିଲା। ଉପର ମହଲାକୁ ନିଆଁ ବ୍ୟାପିବାରେ ଲାଗିଥିଲା। କେଉଁ କାରଣରୁ ବାର୍‌ରେ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ସର୍ଟ ସର୍କିଟରୁ ବାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି।