Onn 3

ପୁରୀ ରଥଯାତ୍ରା ପାଇଁ ଗାଡ଼ି ପାର୍କିଂ

State

ପୁରୀ : ପୁରୀ ରଥଯାତ୍ରାକୁ ଯଦି ଯାଉଛନ୍ତି କେମିତି ଯିବେ । କେଉଁଠି ଗାଡ଼ି ପାର୍କିଂ କରିବେ । ଏଥିପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍‌ କରାଯାଇଛି। ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ। ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ୪ ଚକିଆ ଗାଡ଼ି ତାଳବଣିଆ ଓ ଗ୍ରୀଡ୍‌ ଷ୍ଟେସନ ଛକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଫ୍ଲୋରିସ୍‌ ଇଣ୍ଡିଆରେ ପାର୍କିଂ ହେବ। ଦୁଇ ଚକିଆ ଗାଡ଼ି ପାଇଁ ୨୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି।

  • ବାହାର ରାଜ୍ୟର ବସ୍‌ ମାଳତୀପାଟପୁରରେ ପାର୍କିଂ
  • ଅନ୍ୟ ବସ୍‌ ମାଳତୀପାଟପୁର ଦେଇ ତାଳବଣିଆରେ ପାର୍କିଂ
  • ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ତାଳବଣିଆରେ ପାର୍କିଂ
  • କୋଣାର୍କରୁ ଆସିଲେ ITI, ଭୂଦାନ ଓ ଇନଡୋର ଷ୍ଟାଡିୟମ୍‌ରେ ପାର୍କିଂ
  • ବ୍ରହ୍ମଗିରି ପଟୁ ୪ ଚକିଆ ମଙ୍ଗଳାଘାଟ ଦେଇ ଫ୍ଲୋରିସ୍‌ ଇଣ୍ଡିଆରେ ପାର୍କିଂ
  • ଭୁବନେଶ୍ୱରରୁ ଦୁଇ ଚକିଆ ଜଗନ୍ନାଥବଲ୍ଲଭ, ମଶାଣୀ ଚଣ୍ଡିରେ ପାର୍କିଂ
  • କୋଣାର୍କରୁ ୨ ଚକିଆ ବ୍ଲୁ ଫ୍ଲାଗ୍‌ ଓ ନୀଳାଚଳ ଅଶୋକରେ ପାର୍କିଂ
  • ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ମାଗଣା ଇ-ଯାନ ବ୍ୟବସ୍ଥା