Onn 3

ଆଜି ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି

Religion and Cult State

ପୁରୀ: ଆଜି ଅନବସରର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ସୁନା କୂଅରୁ ତିନି ଗରା ଜଳ ସୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀ ଜୀଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ ।

ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ । ଏଥିସହ ଦଇତାପତିମାନେ ଶ୍ରୀଜୀଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ । କାଲି ମଧ୍ୟ ଦତ୍ତ ମହାପତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ।