ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ ପାଟକନା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ନିରଞ୍ଜନ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ବିଜୟ କୁମାର ଜେନା, ମୁଖ୍ୟ ବକ୍ତା ପୂର୍ବତନ ସିଆରସିସି ତଥା ଶ୍ରୀରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଜେନା,ସମ୍ମାନୀତ ଅତିଥି ଭାବେ ଗୋପିନାଥପୁର କ୍ଲଷ୍ଟର ସିଆରସିସି ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତିଥିଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରି ମଂଚ ନିକଟକୁ ପାଛୋଟି ନେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଏ ପି ରୋଜାଲିନ, ଶିକ୍ଷୟିତ୍ରୀ ଅର୍ଚ୍ଚନା ଯେନା, ଶିକ୍ଷକ ଜ୍ଞାନରଞ୍ଜନ ରାମ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
