Onn 3

ଆଗରପଡ଼ା ରଜ ମହୋତ୍ସବ ଉଦ୍‌ଘାଟିତ

State

ଆଗରପଡ଼ା (୧୫/୫) :  ଐତିହାସିକ  ଆଗରପଡ଼ା ରଜ ମହୋତ୍ସବ ଟିକିରା ବରଗଛ ପଡ଼ିଆ ଠାରେ ଉଦ୍‌ଘାଟନ ହୋଇଯାଇଛି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଏହାକୁ ଉଦ୍‌ଘାଟନ କରି ରଜ ପର୍ବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି କହିଥିଲେ । ରଜ କମିଟି ସଭାପତି ମନ୍ମଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଳକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ସରପଂଚ ବିନୋଦିନୀ ମହାନ୍ତି,ବିଜେଡ଼ି ବ୍ଳକ ଯୁବ ସଭାପତି ସତ୍ୟ ସାଧନ ବେଜ ପ୍ରମୁଖ ଯୋଗ ଦେଇଥିଲେ । ପରେ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଏଠାରେ ଆଯୋଜିତ ସଭାରେ ଯୋଗ ଦେଇ ରଜର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ । ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାସ,ପୂର୍ବତନ ସରପଂଚ ରବିନାରାୟଣ ମହାନ୍ତି,ଛାୟାକାନ୍ତ ନନ୍ଦ,ବାବୁଲି ପତି ପ୍ରମୁଖ ଉପସ୍ଥିତ ଥିଲେ ।