Onn 3

ଘରର କାନ୍ଥରେ ପିଟି ହେଲା କାର୍: ଚାଲିଗଲା ୪ ସାଙ୍ଗଙ୍କ ଜୀବନ

State

accident-750x430

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ଭୋଜି ଖାଇ ଫେରିବାବେଳେ ଏଠାରେ ଘରର କାନ୍ଥରେ ପିଟି ହେଲା କାର। ଏହାଫଳରେ ଅକାଳରେ ୪ ସାଙ୍ଗଙ୍କ ଜୀବନ ଚାଲିଗଲା।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଏଭଳି ଦୁର୍ଘଟଣା ଘଟିଛି। ବିବାହ ଭୋଜି ଖାଇ ଫେରୁଥିବାବେଳେ କାରଟି ଏକ ଘରର କାନ୍ଥରେ ପିଟି ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। କାରଟି ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି। ଫଳରେ କାରରେ ଥିବା ୪ ସାଙ୍ଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ତିଗିରିଆ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି।