ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତିର କର୍ମକର୍ତ୍ତା ଜିଲ୍ଲାପାଳ ବିନୀତ ଭାରଦ୍ୱାଜଙ୍କୁ ଭେଟି ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I ସଂଗଠନ ର ଆବାହକ ବିମଳ କୁମାର ଆଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଂଯୋଜକ ହରେକୃଷ୍ଣ ବାରିକ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ, ବରିଷ୍ଠ ଶିକ୍ଷକ ନେତା ସୋମନାଥ ସିଂହ ତଥା ଯୁବ ଶିକ୍ଷକ ନେତା ସିଦ୍ଧେଶ୍ୱର ମିଶ୍ର ଓ ପ୍ରଦୀପ କୁମାର ନାଥ ପ୍ରମୁଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ବିଭିନ୍ନ ବର୍ଗର ଶିକ୍ଷମାନଙ୍କ ପଦୋନ୍ନତି କରିବା ଉପରେ ପଦକ୍ଷେପ ନେବାପାଇଁ ଦାବି ରଖିଥିଲେ I
ତତସହିତ 11/02/2011 ପୂର୍ବରୁ ଚାକିରୀରେ ଯୋଗଦେଇଥିବା ସ୍ନାତକ ଡିଗ୍ରୀ ଶିକ୍ଷକ ମାନଙ୍କୁ ଓ ଟି ଇ ଟି – 2 ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରାନଯିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା I ଜିଲ୍ଲାପାଳ ମହୋଦୟ ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବାରୁ କର୍ମକର୍ତ୍ତାଗଣ ତାଙ୍କୁ ଧନ୍ୟବାଦ ଦେଇଥିଲେ I