Onn 3

ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ହୋଇପାରିବ, କଟକଣା ଉଠାଇଲେ ହାଇକୋର୍ଟ

National & International

କୋହିମା : ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଉପରେ ଲାଗୁ କଟକଣା ଉଠାଇ ଦେଇଛନ୍ତି ଗୁଆହାଟୀ ହାଇକୋର୍ଟଙ୍କ କୋହିମା ବେଞ୍ଚ୍ । ଗତ ୨୦୨୦ରେ ରାଜ୍ୟ ସରକାର ଏହି କଟକଣା ଲଗାଇଥିଲେ, କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ । ହାଇକୋର୍ଟ କଟକଣା ଉଠାଇବା ପରେ ଏବେ ଖୋଲା ବଜାର ଓ ରେଷ୍ଟୁରାଣ୍ଟରେ କୁକୁର ମାଂସ ବିକ୍ରି ହେବ।
ଜୁଲାଇ ୪, ୨୦୨୦ରେ ନାଗାଲାଣ୍ଡ ସରକାର ମୁଖ୍ୟ ଶାସନ ସଚିବଙ୍କ ଜରିଆରେ କୁକୁର ମାଂସ ବିକ୍ରି, ବାଣିଜ୍ୟ ଏବଂ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସରକାରଙ୍କ ଏହି କଟକଣା ବିରୋଧରେ ୩ ଜଣ ବ୍ୟକ୍ତି- ନିଜେଭୋଲି କୁଟ୍ସୁ, ଆବିଏ ଜାତ୍ସୁ ଏବଂ କେଟୋନୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ମାମଲାର ଶୁଣାଣି କରି ଜଷ୍ଟିସ୍ ମାର୍ଲି ୱାନକୁଙ୍ଗଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ରାଜ୍ୟ ଲୋକମାନଙ୍କ ଅଧିକାରରେ ହସ୍ତକ୍ଷେପ କରିପାରିବ ନାହିଁ । ଖଣ୍ଡପୀଠ କହିଛନ୍ତି ଯେ ନାଗାଲାଣ୍ଡ ସରକାର ବିଧାନସଭା ମାଧ୍ୟମରେ କୌଣସି ଆଇନ ଗୃହୀତ ନକରି କୁକୁର ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ସେମାନଙ୍କ ଦ୍ୱାରା ଅଣାଯାଇଥିବା କ୍ୟାବିନେଟ୍ ବିଜ୍ଞପ୍ତିର କୌଣସି ଆଇନଗତ ବୈଧତା ନାହିଁ ଏବଂ ତେଣୁ ଏହାକୁ ରଦ୍ଦ କରାଯାଇଛି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନାଗାଲାଣ୍ଡରେ ଏହା ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ ୨୦୧୧ରେ କୁକୁର ମାଂସକୁ ରଖାଯାଇ ନାହିଁ । କାରଣ ନାଗାଲାଣ୍ଡ ଓ ଉତ୍ତର-ପୂର୍ବ ଭାରତର କିଛି ଅଂଶରେ କୁକୁର ମାଂସ ଖିଆଯାଏ ।