Onn 3

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ୍

National & International sports

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୬୯ରେ ଅଲଆଉଟ୍ ହୋଇଯାଇଛି । ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ ସର୍ବଶେଷ ଖବର ଅନୁସାରେ ଭାରତ ଅଧିନାୟକ ୨ଟି ଓ୍ବିକେଟ ହରାଇ ୩୦ ରନ କରିଛି । ରୋହିତ ୧୫ ରନ କରି କମିନ୍ସଙ୍କ ବଲରେ ଏଲବିଡବ୍ଲୁ ଆଉଟ ହୋଇଥିଲେ । ସେହିପରି ଶୁଭମନ ଗିଲ୍ ୧୩ ରନ କରି ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ ।
ଅଷ୍ଟ୍ରେଲିଆର ନିଜର ପ୍ରଥମ ଇନିଂସରେ ୪୬୯ ରନରେ ଅଲଆଉଟ ହୋଇଛି । ଦଳ ପକ୍ଷରୁ ଟ୍ରେଭିସ୍ ହେଡ୍ ୧୬୩ରନ ଓ ଷ୍ଟିଭେନ ସ୍ମିଥ୍ ୧୨୧ ରନ କରିଥିଲେ । ସେହିପରି ଆଲେକ୍ସ କେରି ୪୮ରନ ଓ ଡେଭିଡ ଓ୍ବାର୍ନର ୪୩ରନ କରିଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସମ୍ମି ୨ଟି ଓ ଶାର୍ଦ୍ଦୁଲ ଠାକୁର ୨ଟି ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ ନେଇଥିଲେ ।