Onn 3

ବିଶ୍ୱ ପରିବେଶ ଦିବସରେ ଚାରା ରୋପଣ

State

ବାରିପଦା: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଗ୍ଲୋବାଲ ନିମ ପ୍ଲାଣ୍ଟେସନ ତରଫରୁ ପାଲବାଣୀ ସ୍ଥିତ ଗୁରୁଦ୍ୱାର ପରିସରରେ ନିମ୍ୱ ଚାରା ରୋପଣ କରାଯାଇଛି I ନିମ ପରିବାରର ଅଜିତ କବାଟ, ବିମ୍ବାଧର ସାହୁ, ସୋମନାଥ ସିଂହ, ଡ଼ଃ ନିରୋଜ କୁମାର ପୋଥାଳ, ସର୍ଦ୍ଦାର ପପୁ ସିଂହ ମାନସ ରଞ୍ଜନ ବାଗ ଓ ବିଜୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ I

ପ୍ରକାଶ ଥାଉକି ନିମ ପରିବାର ବର୍ଷ ସାରା ସହର ତଥା ଗ୍ରାମାଞ୍ଚଳରେ ନିମ ଚାରା ରୋପଣ କରିବା ସହ ଏହାର ଉପକାରିତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଚାଲିଛି I