Onn 3

ସମସ୍ୟା ଘେରରେ ଗୋଶାଣୀ ବ୍ଳକ

State

ଗଜପତି: ଗଜପତି ଜିଲ୍ଲା ଗୋଶାଣୀ ବ୍ଳକରେ ବିଭିନ୍ନ ପଦବୀ ଖାଲି ପଡିଥିବାର ଦେଖିବାକୁ ମିଳିଛି। ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିରହିଥିବାର ଦେଖିବାକୁ ମିଳିଛି।ତା ସାଙ୍ଗକୁ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଦବୀ ଖାଲି ପଡିଥିବାର ଦେଖିବାକୁ ମିଳିଛି।ସେହି ଭଳି ଜୁନିୟର ଇଂଜିନିୟର ପଦବୀ ମଧ୍ୟ ଖାଲି ପଡିଥିବାର ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋଟିଏ ପଞ୍ଚାୟତ ବଦଳରେ ଅନ୍ୟ ପଞ୍ଚାୟତ ର ଦାୟିତ୍ୱ ଗ୍ରହଣ କରି ଥିବାର ମଧ୍ୟ ଦେଖିବାକୁ ମିଳିଛି।

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ ସଂପ୍ରସାରଣ ଦାୟିତ୍ୱ ଦିଆଯାଇଛି।ଯେହେତୁ ପଦବୀ ଖାଲି ପଡ଼ିଥିବାରୁ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି।ସେହିଭଳି ଜୁନିୟର ଇଂଜିନିୟର ପଦବୀ ଖାଲି ପଡ଼ିଥିବାରୁ ତତ୍ୱାଧିକ ପଦବୀର ଦାୟିତ୍ୱ ଦିଆଯାଇଛି।ଏଣୁ ସରକାର ତୁରନ୍ତ ପଦବୀଗୁଡିକ ପୂରଣକଲେ ବ୍ଳକର ବିକାଶ ବା ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ ବୋଲି ଆଶା କରାଯାଉଛି।