Onn 3

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ -2023 ପାଳିତ

State

ବାରିପଦା : ଆଜି ବାରିପଦା ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥିତ ସଂକଳ୍ପ ସମ୍ମିଳନୀ କକ୍ଷ ଠାରେ ଓଡିଶା ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପରିବେଶ -2023 ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲପାଳ ଶ୍ରୀ ବିନୀତ ଭରଦ୍ୱାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିମିଳିପାଳ (ନର୍ଥ ) ୱାଇଲଡ ଲାଇଫ ର ଡେପୁଟି ଡାଇରେକଟର ଶ୍ରୀ ସାଇ କିରନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଜିଲ୍ଲା ପରିବେଶ ସମିତି ର ଉପସଭାପତି ଡ଼  ବିଜୟ କୁମାର ଅଗ୍ରୱାଲ ଓ ଅନ୍ୟତମ ଉପସଭାପତି ଶ୍ରୀ ସନ୍ତୋଷ ମହାନ୍ତି ଯୋଗ ଦେଇଥିଲେ | ପ୍ରାରମ୍ଭ ରେ ବାରିପଦା ବନଖଣ୍ଡ ଏସିଏଫ ଶ୍ରୀ ରବିନାରାୟଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ | ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଯୋଶୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଜିର ଏଇ ଦିବସ ପାଳନ ର ଆଭିମୁଖ୍ୟ ତଥା ଚଳିତ ବର୍ଷ ର ବିଷୟ ବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣର ନିରାକରଣ ଉପରେ ଆଲୋକପାତ କରି କହିଥିଲେ କି ବର୍ତମାନ ବିଶ୍ୱରେ ବର୍ଷକୁ 400 ମିଲିୟନ ଟନ ପ୍ଲାଷ୍ଟିକ ବ୍ୟବହାର ହେଉଛି ତନ୍ମଧ୍ୟରୁ ଶତକଡା 50 ଭାଗ ସିଙ୍ଗଲ ୟୁଜ ବର୍ଗ ର ପ୍ଲାଷ୍ଟିକ ଯାହାକି ପରିବେଶ ପ୍ରତି ଘୋର ବିପଦ ର କାରଣ |

ଏହି ଅବସରରେ ସେ କହିଥିଲେ କି ଆମେ ଚାହିଁଲେ ଅନେକ କ୍ଷେତ୍ର ରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ପରିବର୍ତ୍ତେ ଅନ୍ୟାନ୍ୟ ଜିନିଷ ରୁ ପ୍ରସ୍ତୁତ ସାମଗ୍ରୀ ଯେମିତିକି ମୟୁରଭଞ୍ଜ ରେ ଶାଳ ପତ୍ର ରୁ ଉତ୍ପାଦିତ ସାମଗ୍ରୀ କୁ ବ୍ୟବହାର କରିପାରିବା ଯଦ୍ୱାରା ପରିବେଶ କୁ ସୁରକ୍ଷା ରଖାଯାଇପାରିବ | ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କ ଅଭିଭାଷଣ ରେ କହିଥିଲେ କି ଭାରତ ଏକ ବିକାଶନ୍ମୁଖୀ ରାଷ୍ଟ୍ର ଏବଂ ଏହି ବିକାଶ ର ଧାରା କୁ ନିରବିଛିନ୍ନ ଭାବେ ବଜାୟ ରଖିବାକୁ ହେଲେ ପରିବେଶ କୁ ସୁରକ୍ଷିତ ରଖିବା ନିତ୍ୟାନ୍ତ ଆବଶ୍ୟକ | କାରଣ ପରିବେଶ କୁ ନଷ୍ଟ କରି କିଛି ଉନ୍ନତି କରାଯାଇପାରେ ମାତ୍ର ଏହା କ୍ଷଣସ୍ଥାୟୀ | ନିରବିଛିନ୍ନ ବିକାଶ ପାଇଁ ଆମକୁ ସମନ୍ତରାଳ ଭାବେ ପରିବେଶ ର ସୁରକ୍ଷା ପ୍ରତି ସଜାଗ ହେବା ସହିତ ଉନ୍ନତି ପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରଖିବାକୁ ପଡିବ |ଯେମିତିକି କୌଣସି ଶିଳ୍ପ /ପ୍ରକଳ୍ପ ବିକାଶ ପାଇଁ ଯଦି ଯଦି କିଛି ବୃକ୍ଷ କୁ କାଟିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ପଡୁଛି ତେବେ ସେ କ୍ଷେତ୍ର ରେ ଆମେ ଉନ୍ନତି ପାଇଁ ଯେତିକି ଜଙ୍ଗଲ ନଷ୍ଟ କରୁଛୁ ବର୍ତମାନ ରୁ ତା’ର ଦ୍ବିଗୁଣ ବୃକ୍ଷ ରୋପଣ କରିବା ଉଚିତ | ଘରର ଅଳିଆ ଆବର୍ଜନା କୁ ଓଦା ଓ ଶୁଖିଲା ଅଲଗା ଅଲଗା କରି ଅଳିଆ ସଂଗ୍ରହ କରୁଥିବା ଗାଡ଼ିରେ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ଯଦ୍ୱାରା ଏହାର ସଦୁପଯୋଗ କରାଯାଇ ପରିବେଶ କୁ ସୁରକ୍ଷିତ ରଖାଯାଇପାରିବ |

ଏହି ଅବସରରେ ସେ କହିଥିଲେ କି ଆଜି ଦିନରେ ଆମେ ସମସ୍ତେ ଶପଥ ନେବା କି ଏକ ବର୍ଷ ମଧ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ରୁ ସମ୍ପୂର୍ଣ୍ଣ ଭାବେ ନିବୃତ୍ତ ରହିବା ଏବଂ ଆମ ପରିବେଶ କୁ ଆମେ ସୁରକ୍ଷିତ ରଖିବା | ସେହିପରି ଶ୍ରୀ ସାଇ କିରନ ତାଙ୍କ ଅଭିଭାଷଣ ରେ କହିଥିଲେ କି ପରିବେଶ ର ସୁରକ୍ଷିତ ପାଇଁ ଜନସଚେତନତା କୁ ବ୍ୟାପକ କରିବା ସହ ସଚେତନତା ର ଅଭିଯାନ ନିଜ ଏବଂ ନିଜ ପରିବାର ରୁ ହିଁ ଆରମ୍ଭ କରି ଧୀରେ ଧୀରେ ସେଥିରେ ସମାଜ ର ସବୁ ବର୍ଗ ର ଲୋକଙ୍କୁ ସାମିଲ କରାଇ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ପରିତ୍ୟାଗ କଲେ ପରିବେଶ ସୁରକ୍ଷିତ ରହିବ |କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀ ନାଏକ କହିଥିଲେ କି ଦୈନନ୍ଦିନ ଜୀବନ ରେ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ସାମଗ୍ରୀ ଦ୍ୱାରା ଆମ ଶରୀର ଉପରେ ଏହାର ପ୍ରଭାବ କେତେଯେ ଭାୟାନକ ତାର କଳନା କରିବା କଷ୍ଟକର | କାରଣ ପ୍ଲାଷ୍ଟିକ ଉତ୍ପାଦନ ରେ ବ୍ୟବହୃତ ହେଉଥିବା କେମିକାଲ ଆମ ଶରୀର ପାଇଁ କେତେ ଅନୁପଯୋଗୀ ସେବିଷୟରେ ଆଲୋକପାତ କରିଥିଲେ | ଜିଲ୍ଲା ପରିବେଶ ସମିତି ର ଉପସଭାପତି ଶ୍ରୀ ସନ୍ତୋଷ ମହାନ୍ତି କହିଥିଲେ କି ଜନସାଧାରଣ ଙ୍କ ସହଭାଗୀତା ବିନା ପରିବେଶ ସୁରକ୍ଷା ଅସମ୍ଭବ | ତେଣୁ ପରିବେଶ ସୁରକ୍ଷା ଦିଗରେ ସମାଜ ର ସବୁ ବର୍ଗର ଲୋକଙ୍କୁ ଅଧିକ ରୁ ଅଧିକ ସାମିଲ କରାଯାଇପାରିଲେ ଏହା ଅଧିକ ଫଳ ପ୍ରଦ ହୋଇ ଲକ୍ଷ୍ୟ ହାସଲ ହୋଇପାରିବ |

ସେହିପରି ଜିଲ୍ଲା ପରିବେଶ ସମିତି ର ଅନ୍ୟତମ ଉପସଭାପତି ଡ଼ ବିଜୟ କୁମାର ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ ଆଜିର କାର୍ଯ୍ୟକ୍ରମ ରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇ ପୁରସ୍କୃତ ହୋଇଥିବା ବ୍ୟକ୍ତି ବିଶେଷ ଙ୍କୁ ଶୁଭେଚ୍ଛା ଜଣାଇ କେବଳ ପୁରସ୍କୃତ ରେ ସନ୍ତୁଷ୍ଟ ନହୋଇ ଆଗକୁ ଜନସାଧାରଣ ଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସମ୍ଭନ୍ଧ ରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନରୁ ସେମାନେ ତାଙ୍କ ର ଅଭିଯାନ ଆରମ୍ଭ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ | ଏହି ଅବସରରେ 14 ଟି ବ୍ଲକ ରୁ ମନୋନୀତ ହୋଇଥିବା 14 ଜଣଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ ପୂର୍ବକ ପ୍ରକୃତି ବନ୍ଧୁ ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା ଏବଂ ପୁରସ୍କାର ରାଶି ସ୍ୱରୂପ ପ୍ରତ୍ୟେକ ଙ୍କ ବ୍ୟାଙ୍କ ଜମାଖାତା କୁ ଦଶ ହଜାର ଟଙ୍କା ଲେଖାଏଁ ଆର |ଟି |ଜି |ଏସ | ମାଧ୍ୟମ ରେ ପ୍ରଦାନ କରାଯାଇଥିଲା | ପରିଶେଷରେ ବାରିପଦା ବନଖଣ୍ଡ ର ଏ ସିଏଫ  ଶ୍ରୀ ଦିଲ୍ଲୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |ଆଜିର ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଉପଖଣ୍ଡ ର ବନକର୍ମଚାରି, ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |