Onn 3

ରେଳ ଦୁର୍ଘଟଣାରେ ମୃତଜନଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ପାଇଁ ଆଶୁ ଆରୋଗ୍ୟ ପ୍ରାର୍ଥନା

State

ବାରିପଦା: ବାରିପଦା ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ବାହାନଗାଠାରେ ରେଳ ଦୁର୍ଘଟଣା ଜନିତ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ନାରାୟଣ ସେବା ଟ୍ରଷ୍ଟର ସଦସ୍ୟ ଡ଼ଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ବସନ୍ତ କୁମାର ମହାପାତ୍ର, ବିମ୍ବାଧର ସାହୁ, ପ୍ରତାପେଶ୍ୱର ଦାଶ, ରାଜେଶ କୁମାର ନନ୍ଦି, ବୀର କିଶୋର କୁଅଁରବାବୁ, ଚନ୍ଦନ ବେହେରା, ବିଜୟଲକ୍ଷ୍ମୀ ନାୟକ, ମାନୀ ଗିରି, ତପସ୍ୱିନୀ ପଣ୍ଡା, ଇନ୍ଦୁ ମହାନ୍ତି, ସସ୍ମିତା ମହାନ୍ତି, ଭାସ୍ବତୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର ଓ ପିଙ୍କି ନାଏକ ପ୍ରମୁଖ ଉପସ୍ଥିତ ରହି ଦୀପ ଜଳାଇ ପ୍ରାର୍ଥନା କରିଥିଲେ I

ତତସହିତ ଆହତ ଜନଙ୍କ ଆଶୁ ଆରୋଗ୍ୟ ପାଇଁ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ I ଆବଶ୍ୟକ ପଡିଲେ ସଦସ୍ୟ ମାନେ ରକ୍ତଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସ୍ଥାର ସଭାପତି ଶ୍ରୀ ପୋଥାଳ ପ୍ରକାଶ କରିଛନ୍ତି I