Onn 3

ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ମିଳିତ ଆମଲା ମଞ୍ଚର ସମୂହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା

State

ଗଜପତି: ଗଜପତି ଜିଲ୍ଲା ଗୋଶାଣୀ ବ୍ଳକରେ ମିଳିତ ଅମଲା ସଙ୍ଘ ତରଫରୁ ସମୁହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।କନିଷ୍ଠ ସହାୟକଙ୍କ ବେତନ ଲେବଲରେ 4ରୁ ଲେବଲ 9 କୁ ବୃଦ୍ଧି କରିବା ନିମନ୍ତେ 2017 ମସିହାରୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ସେମାନଙ୍କ ଏହି ସମସ୍ୟା ବିଷୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଜୁନ 1 ତାରିଖ ଠାରୁ ସମୁହ ଛୁଟି ଓ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି।

ଏହି କାର୍ଯ୍ୟକ୍ରମରେ ବୃନ୍ଦାବନ ଗୋମାଙ୍ଗ ସେକସନ ଅଫିସର, ଗୀତା ପଣ୍ଡା ବରିଷ୍ଠ ରାଜସ୍ୱ ସହାୟକ, ସୁମନ୍ତ ପ୍ରଧାନ ସିନିୟର ଆସିଷ୍ଟାଣ୍ଡ, ନାସନ ଗୋମାଙ୍ଗ ବରିଷ୍ଠ ରାଜସ୍ବ ବିଭାଗ, ପି ସୁସ୍ମିତା କନିଷ୍ଠ ସହାୟକ,ଶେଷଗିରୀ ବେହେରା କନିଷ୍ଠ ସହାୟକ ପ୍ରମୁଖ ସମୁହ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି।