Onn 3

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନରେ ‘ମାର୍ଜିନ ମନି ଛାଡ଼ କର’: ମିଶନ ଶକ୍ତି ସଚିବ

State

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର । SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା ଡାଉନପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି ।

ଏହାଦ୍ୱାରା ବହୁ SHG ମହିଳା ସ୍କୁଟର ନେବା ଲାଗି ଅସମର୍ଥ ହେଉଛନ୍ତି । ତେଣୁ ଏହି ମାର୍ଜିନ ମନି ଛାଡ଼ କରିବାକୁ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ପଞ୍ଚାୟତ ସ୍ତରରେ ଥିବା SHG ଫେଡରେସନ ଆକାଉଣ୍ଟ ଗୁଡ଼ିକ କ୍ଷେତ୍ରରେ କ୍ୟାସ ହ୍ୟାଣ୍ଡଲିଂ ଚାର୍ଜ ଛାଡ଼ ଲାଗି ମଧ୍ୟ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି ।