Onn 3

“ମୋ ଘର” ଯୋଜନାରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରା ଅଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

State

ଗଜପତି: ଗଜପତି ଜିଲ୍ଲାରେ “ମୋ ଘର” ଯୋଜନା ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରା ଅଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷାତରେ “ମୋ ଘର” ଯୋଜନାର କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ତରଫରୁ “ମୋ ଘର”ଯୋଜନାର ଆଜିର ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକରେ ବସବାସ କରୁଥିବା ଗ୍ରାମାଞ୍ଚଳ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହି ଯୋଜନା ରେ ଉପକୃତ ହେବେ। ଏହି ଯୋଜନାରେ ଚାରି ପ୍ରକାର ଋଣ ମାଧ୍ଯମରେ ନୂତନ ଗୃହ ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣ କରଣ ଓ ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସବସିଡି ମାଧ୍ୟମରେ ଋଣ ପ୍ରଦାନ କରାଯିବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ନିମନ୍ତେ ଅତିରିକ୍ତ ସବସିଡି ସହିତ ରେଜଷ୍ଟ୍ରେସନ ଖର୍ଚ୍ଚ, ଷ୍ଟାମ୍ପ ଡ୍ୟୁଟି, ଆଇନ ପରାମର୍ଶ ଫି ଇତ୍ୟାଦି ଛାଡ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ସେହିପରି ସୁବିଧା ପାଇବା କୁ ଥିବା ହିତାଧିକାରୀ ତଥା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର କଚ୍ଚା ଘର ବା ଗୋଟିଏ ବଖରା ଛାତ ଘରେ ରହୁଥିବା ପରିବାର, ଗୃହ ନିର୍ମାଣ ଯୋଜନରେ ସହାୟତା ପାଇନଥିବା ତଥା ୭୦ ହଜାର ଟଙ୍କାରୁ କମ୍ ସହାୟତା ପାଇଥିବା ପରିବାର, ମାସକୁ ୨୫ ହଜାରରୁ କମ୍ ଆୟ କରୁଥିବା ପରିବାର, ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରି ଚକିଆ ଗାଡି ରଖି ନଥିବା ପରିବାର, କୌଣସି ସରକାରୀ, ସରକାରୀ ଉଦ୍ୟୋଗରେ ନିୟମିତ କିମ୍ବା ପେନସନ ଭୋଗୀ କର୍ମଚାରୀ ହୋଇ ନଥିବା ପରିବାର ଓ ପାଞ୍ଚ ଏକର ଜଳସେଚିତ କିମ୍ବା ପନ୍ଦର ଏକର ଅଣ ଜଳସେଚିତ ଜମିରୁ କମ୍ ଜମି ଥିବା ପରିବାର ଏହି ଯୋଜନାରେ ଲାଭବାନ ପାଇପାରିବେ। ଏହି ଯୋଜନାରେ ଋଣ ପାଇବା ପାଇଁ ଇଛୁକ ଥିବା ବ୍ୟକ୍ତି ନିକଟସ୍ଥ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ତଥା ନିଜ ମୋବାଇଲରେ ମଧ୍ୟ ଅନଲାଇନ୍ ମାଧ୍ଯମରେ https://rhodisha.gov.in/moghara ଲିଙ୍କ୍ ଯାଇ ଆବେଦନ କରିପାରିବେ। ଆବେଦନକାରୀ ନିଜର ନାମରେ ରେକର୍ଡ ଜମିପଟ୍ଟା, ଘରବାଡ଼ି ଥିବା ଆବଶ୍ୟକ ଓ ହିତାଧିକାରୀ କୌଣସି ବ୍ୟାଙ୍କର ଋଣ ଖିଲାପ ତାଲିକାରେ ନଥିବ , ସେହିପରି ବ୍ୟାଙ୍କ ଦ୍ୱାରା ଋଣ ରାଶିର ମଞ୍ଜୁର, ବନ୍ଧକ ପଞ୍ଜୀକରଣ ତଥା ହିତାଧିକାରୀଙ୍କ ନିର୍ଦ୍ଧାରିତ ନିଜସ୍ଵ ଅର୍ଥ ବିନିଯୋଗ ପରେ ଋଣ ପ୍ରଦାନ କରାଯାଏ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ଯୋଜନାରେ ଯେଉଁ ମାନଙ୍କର ଘର ନାହିଁ ସେହି ହିତାଧିକାରୀ ବହୁତ ଉପକୃତ ହେବେ। ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଗରିବ ମଧ୍ୟବିତ୍ତ ଶ୍ରେଣୀର ପରିବାର ମାନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ କରିବା ସହିତ “ମୋ ଘର” ଯୋଜନାରେ ସାମିଲ କରିବା ସହିତ ଯେମିତି ସମସ୍ତ ହିତାଧିକାରୀ ଉପକୃତ ହେବେ ସେଥି ପ୍ରତୀ ସାହାଯ୍ୟ କରିବା ପାଇଁ ଜିଲ୍ଲାପରିଦ ଅଧକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

ଏହି ଯୋଜନାକୁ ସଫଳ କରିବା ପାଇଁ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟରେ କମିଟି ଗଠନ କରିବା ସହିତ ବ୍ଲକ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ଓ ଗ୍ରାମ ସ୍ତରରେ ପ୍ରଚାର ପ୍ରସାର କରି ଜନସାଧରଣଙ୍କୁ ଅବଗତ କରାଇବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ପରାମର୍ଶ ଦେବା ସହିତ ସମସ୍ତ ହିତାଧିକାରୀ କିପରି ଏହି ଯୋଜନାରେ ଉପକୃତ ହେବେ ସେଥି ସକାଶେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।

ଏହି କର୍ମଶାଳାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ, ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ନାବାର୍ଡ,ଏସବିଏଇ, ଲିଡ ବ୍ୟାଙ୍କ ବୋଲି ବିଭିନ୍ନ ବ୍ୟାଙ୍କର ଅଧିକାରୀ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।