Onn 3

ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ IT ରେଡ୍‌

State

ଚାନ୍ଦବାଲି: ଧାମରା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ଦିଗମ୍ବର ଦାସଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗର ଚଢ଼ାଉ । ଆଜି ସକାଳୁ ତାଙ୍କ ବାସଗୃହ ସମେତ, ଧାମରା ବରଫ କଳ , ଅଫିସ ,ଭଦ୍ରକରେ ଥିବା ବାସଗୃହ ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଇନକମ ଟ୍ୟାକ୍ସ ବିଭାଗ ।

ସୂଚନା ଅନୁଯାୟୀ ଦିଗମ୍ବର ଦାସଙ୍କ ବଂଶଡା ଘର, ଧମରାରେ ଥିବା ଅଫିସ ସମେତ ଚାରିଗୋଟି ସ୍ଥାନରେ ଆୟକର ବିଭାଗ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରୁଛି । ଇନକମ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ବେଳେ ଦୁଇ ଚାରି ଗୋଟି ଟିମ ଚଢ଼ାଉରେ ସାମିଲ ଅଛନ୍ତି । ତେବେ ପୂର୍ବରୁ ଏମିତି ଭାବେ ଧାମରା ଅଞ୍ଚଳର ଜଣେ କଂଗ୍ରେସ ନେତାଙ୍କ ଘରେ ଆୟାକର ବିଭାଗ ଚଢ଼ାଉ କରିଥିଲା । ପରେ ଉକ୍ତ ନେତା ବିଜେଡିରେ ଯୋଗ ଦେଇଥିଲେ । ଏବେ ଏହା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ଚର୍ଚ୍ଚା ଚାଲିଛି ।