Onn 3

ଖଣି ମାଫିଆ ସୁଶାନ୍ତ ବରାଡ଼ ଗିରଫ

Crime State

ନୟାଗଡ଼ : ଗିରଫ ହେଲା ଡ଼ନ ଖଣି ମାଫିଆ।  ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ NGTର ଛାଡ ପରେ ବନ୍ଧା ହେଲେ ଖଣି ମାଫିଆ ସୁଶାନ୍ତ ବରାଡ଼ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ କ୍ରିମିନାଲ ମାମଲା ଚାନ୍ଦପୁରପୁର ଥାନାରେ ତହସିଲଦାର ଏଫାୟର ଦେଇଥିଲେ। ଏକ ମାସ ହେଲା ଶୁଶାନ୍ତ ଫେରାର ଥିଲା । ତେବେ ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ।

ଆଜି ହେବ କୋର୍ଟ ଚାଲାଣ। ମୟୂରଝାଲିଆ ବେଆଇନ ଖଣି ଖନନ ଦୁର୍ନୀତି ମାମଲାରେ ରଣପୁର ଶୁଶାନ୍ତ ବରାଡ଼ଙ୍କ ସହ ୧୧ ଜଣଙ୍କ ନାଁରେ ଚାନ୍ଦପୁର ଥାନାରେ ହୋଇଛି କ୍ରିମିନାଲ ମାମଲା । NGT ରିପୋର୍ଟରେ ଧରାପଡ଼ିବା ପରେ ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ ଖସିବା ପାଇଁ ମିଛରେ ନୟାଗଡ଼ ଜିଲ୍ଲାପାଳ ନାଁରେ ଲାଞ୍ଚ ମାଗିବା ନେଇ ଚାନ୍ଦପୁର ଥାନାରେ ଅଭିଯୋଗ କରି ଥିଲେ ସୁଶାନ୍ତ ।