Ship

ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ, ୨୪ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର

ଦେଶ - ବିଦେଶ ରାଜ୍ୟ

ଭୁବନେଶ୍ୱର : ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ ।  ପାରାଦୀପ ଠାରୁ ୨୦୦ ନଟିକାଲ ମାଇଲ୍ ଦୂର ସମୁଦ୍ରରେ ଅଘଟଣ ।  ପାନାମା ପତାକାବାହୀ ମାଲବାହୀ ଜାହାଜ ବୁଡ଼ିଥିବା ଜଣାପଡ଼ିଛି ।  ପାରାଦୀପରୁ ସିଙ୍ଗାପୁର ଯାଉଥିବା ପାନାମା ପତାକାବାହୀ ଜାହାଜ ବୁଡ଼ିଥିବା ରିପୋର୍ଟ ହୋଇଛି ।  ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।

ତେବେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।  ପ୍ରାଥମିକ ସୂଚନା ଅନୁସାରେ, ଜାହାଜଟି ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା ।  ଜାହାଜରେ ମାଲ୍ ବୋଝେଇ ହୋଇଥିବା ନେଇ ଜଣାପଡ଼ିଥିବା ବେଳେ କେଉଁ ପ୍ରକାରର ସାମଗ୍ରୀ ଏବଂ କେତେ ପରିମାଣରେ ଥିଲା, ତାହା ଜଣାପଡ଼ିନାହିଁ ।

ସବୁଠାରୁ ବଡ଼ ଚିନ୍ତା ଏବେ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କୁ ନେଇ ।  ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ ।  ସେମାନଙ୍କ ମଧ୍ୟରେ ଅଧିକାଂଶ ଚୀନ୍ ନାଗରିକ ଥିବାବେଳେ ଜଣେ ବାଂଲାଦେଶୀ ନାଗରିକ ମଧ୍ୟ ଥିଲେ ।  ଜାହାଜ ବୁଡ଼ିବା ପରେ କ୍ରୁ ସଦସ୍ୟମାନେ ଲାଇଫ୍ ଜ୍ୟାକେଟ୍ ଓ ଲାଇଫ୍ ବୋଟ୍ ସାହାଯ୍ୟରେ ସମୁଦ୍ରରେ ଭାସୁଥିବା ଆଶଙ୍କା କରାଯାଉଛି ।

କେଉଁ ପରିସ୍ଥିତିରେ ଜାହାଜଟି ବୁଡ଼ିଗଲା, ଖରାପ ପାଗ, ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କୌଣସି କାରଣ ଏଥିପାଇଁ ଦାୟୀ—ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।  ଜାହାଜ ବୁଡ଼ିବା ଫଳରେ ତେଲ କିମ୍ବା ଅନ୍ୟ କୌଣସି ପ୍ରଦୂଷକ ସମୁଦ୍ରରେ ଲିକ୍ ହୋଇଛି କି ନାହିଁ ଏବଂ ଏହାଦ୍ୱାରା ସାମୁଦ୍ରିକ ପରିବେଶ ପ୍ରଭାବିତ ହେବାର ଆଶଙ୍କା ରହିଛି କି ନାହିଁ ତାକୁ ଅପେକ୍ଷା ରହିଛି ।

MV Ocean Winner’ ପାଇଁ ବଙ୍ଗୋପସାଗରରେ ବଡ଼ ରେସ୍କ୍ୟୁ ଅପରେସନ୍ । ନିଖୋଜ କ୍ରୁଙ୍କ ସନ୍ଧାନରେ କୋଷ୍ଟଗାର୍ଡର ୩ ଜାହାଜ । ବର୍ତ୍ତମାନ ସୁଦ୍ଧା ୨ ଜଣ ଉଦ୍ଧାର ହୋଇଥିବା ସୂଚନା ରହିଛି । ବଙ୍ଗୋପସାଗରରେ ବୁଡ଼ିଯାଇଥିବା MV Ocean Winnerର ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଭାରତୀୟ କୋଷ୍ଟଗାର୍ଡ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଛି । ସମୁଦ୍ର ମଝିରେ ଚାଲିଥିବା ଏହି ଅଭିଯାନରେ କୋଷ୍ଟଗାର୍ଡର INS Varad, ICGS Anmol ଓ ICGS Vijitକୁ ନିୟୋଜିତ କରାଯାଇଛି ।

ଜାହାଜରେ ମୋଟ ୨୪ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ କ୍ରୁ ସଦସ୍ୟଙ୍କୁ ଠାବ କରିବା ଏବେ ଉଦ୍ଧାରକାରୀ ଦଳର ସବୁଠୁ ବଡ଼ ପ୍ରାଥମିକତା । ସମ୍ଭାବ୍ୟ ସ୍ଥାନଗୁଡ଼ିକରେ କୋଷ୍ଟଗାର୍ଡ ଜାହାଜଗୁଡ଼ିକ ଲଗାତାର ସନ୍ଧାନ ଜାରି ରଖିଛନ୍ତି। INS Varad ଓ ICGS Anmolକୁ ତୁରନ୍ତ ଘଟଣାସ୍ଥଳ ଅଞ୍ଚଳରେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ମିଶନରେ ଲଗାଯାଇଥିବା ବେଳେ ICGS Vijitକୁ ମଧ୍ୟ ଅପରେସନ୍ ରେ ସାମିଲ କରାଯାଇଛି। ନିଖୋଜ କ୍ରୁଙ୍କୁ ଯଥାଶୀଘ୍ର ଠାବ କରିବା ପାଇଁ ସମୁଦ୍ରର ବିସ୍ତୃତ ଅଞ୍ଚଳରେ ତଲାସି ଚାଲିଛି ।

MV Ocean Winnerରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମ୍ୟାନମାର ନାଗରିକ ଓ ଜଣେ ବାଂଲାଦେଶୀ ନାଗରିକ କ୍ରୁ ସଦସ୍ୟ ଭାବେ ଥିଲେ। ଜାହାଜଟି ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ବେଳେ ଉତ୍ତର ବଙ୍ଗୋପସାଗରରେ ସଙ୍କଟରେ ପଡ଼ିଥିଲା। ଏବେ ସମସ୍ତଙ୍କ ନଜର କୋଷ୍ଟଗାର୍ଡର ରେସ୍କ୍ୟୁ ମିଶନ ଉପରେ । ସମୁଦ୍ରରେ ନିଖୋଜ କ୍ରୁ ସଦସ୍ୟଙ୍କୁ ଠାବ କରିବା ପାଇଁ ତିନିଟି କୋଷ୍ଟଗାର୍ଡ ଜାହାଜକୁ ନେଇ ଅଭିଯାନ ଜୋରଦାର କରାଯାଇଛି ।