Low pressure

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ରାଜ୍ୟ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ପୂର୍ବାନୁମାନ କକରିଛି ପାଣି ପାଗ ବିଭାଗ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳରେ ଘଣ୍ଟା ପ୍ରତି ୪୦–୫୦ କିମି ବେଗରେ ପବନ, ଝଟକା ସମୟରେ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ୨୬ ତାରିଖ ମଧ୍ୟରେ ଓଡ଼ିଶାରେ ବ୍ୟାପକ ବର୍ଷା ଜାରି ରହିବାର ସମ୍ଭାବନା ଅଛି । ଆଜି ବର୍ଷା ପାଇଁ ପୁରା ରାଜ୍ୟକୁ ଆଲର୍ଟ କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ବାକି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ମୌସୁମୀ ଟ୍ରଫ୍ ସକ୍ରିୟ ରହିବା ସହ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ।