ରାଜ୍ୟ
ବିଦ୍ୟାଳୟରେ ପୂଜା ପାଇଲେ କୁନି କୁନି ପିଲାଙ୍କ ହାତ ତିଆରି ଗଣେଶ ମୂର୍ତ୍ତି
ବାରିପଦା: କୁନି କୁନି ପିଲାମାନେ ଦେଖିଥିବା ଓ ଶିଖିଥିବା କାର୍ଯ୍ୟକୁ ଅତି ସହଜରେ ଅନୁକରଣ କରି ନିଜ ପ୍ରତିଭାର ପରିଚୟ ଦେଇପାରନ୍ତି I ବାରିପଦା ସହରର ୧୫ ନମ୍ବର ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ପ୍ରତିବର୍ଷ ବିଦ୍ୟାଳୟରେ ଗଣେଶ ଓ ସରସ୍ୱତୀ ପୂଜା ଅବସରରେ ନିଜ ହାତରେ ମୂର୍ତ୍ତି ତିଆରି କରି ପୂଜା କରିଥାନ୍ତି I ଚଳିତ ବର୍ଷ ପୂଜାସ୍ଥଳର ସାଜସଜ୍ଜାଠାରୁ ଆରମ୍ଭ କରି ବିଭିନ୍ନ କଳାକୃତି ପର୍ଯ୍ୟନ୍ତ ସବୁକିଛିରେ ପିଲାମାନେ […]
ଆଦିବାସୀ ମାରାଙ୍ଗ ବୁରୁ ବଞ୍ଚାଓ ନେଇ ରାଜ୍ୟସ୍ତରୀୟ ସଂକଳ୍ପ ବୈଠକ
ବାରିପଦା: ସର୍ବଭାରତୀୟ “ଆଦିବାସୀ ମାରାଙ୍ଗ-ବୁରୁ ବଞ୍ଚାଓ ସଂଘର୍ଷ ମୋର୍ଚ୍ଚା”ର ଓଡ଼ିଶା ରାଜ୍ୟସ୍ତରୀୟ ସଂକଳ୍ପ ବୈଠକ “ଆଦିବାସୀ ଅଧିକାର ଦିବସ ଅନୁଷ୍ଠିତ ହୋଇଯାଇଅଛି। ସକାଳ ୧୧-ଟାରୁ ସନ୍ଧ୍ୟା ୬-ଟା ପର୍ଯ୍ୟନ୍ତ ଆୟୋଜିତ ଏହି “ବିଚାର-ମନ୍ଥନ” ବୈଠକରେ “ମାରାଙ୍ଗ-ବୁରୁ”ଙ୍କ ସୁରକ୍ଷା ଓ ଆଦିବାସୀ ସମାଜର ଧାର୍ମିକ-ସାଂସ୍କୃତିକ ଅଧିକାର ନେଇ ଆଲୋଚନା ହୋଇଥିଲା। ବୈଠକରେ ମୋର୍ଚ୍ଚାର ସର୍ବଭାରତୀୟ ସଭାପତି ଫାଗୁ ବେଶ୍ରା, ମହାସଚିବ ହୀରାଲାଲ ମାଝୀ, କୋଷାଧ୍ୟକ୍ଷ ସୋମୟ ଟୁଡୁ, ଲୁଗୁ ବୁରୁ ଗୋଡ଼େତ ସୁରେନ୍ଦ୍ର ଟୁଡୁ, ମାଝୀ ବାବା ବିନ୍ଦେ […]
ଦେଶ - ବିଦେଶ
ଗୋଆ ବିଧାନସଭା ନିର୍ବାଚନ: ଏକାଠି ଲଢ଼ିବେ ଆପ୍-ଜିଏଫପି
ପାନାଜୀ: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ) ଓ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ରବିବାର ମେଣ୍ଟ ଘୋଷଣା କରିଛନ୍ତି। ଏହି ମେଣ୍ଟର ନାମ ‘ଗୋଆ ଫାଷ୍ଟ’ ରଖାଯାଇଛି। ଏହା ଭୋଟରମାନଙ୍କୁ ବିଜେପି ଓ କଂଗ୍ରେସ ବିରୋଧୀ ବିକଳ୍ପ ପ୍ରଦାନ କରିବ। ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ଗୋଆର ଲୋକଙ୍କୁ ଦ୍ବିତୀୟ […]
