Uttarakhand school holiday 2026 schools closed in four districts today 1200x675 1784626337268 1024x576

‘ଅର୍ଣ୍ଣବ’ ପ୍ରଭାବ: ଗଞ୍ଜାମରେ ୭ ତାରିଖ ଯାଏଁ ସ୍କୁଲ ଛୁଟି

ରାଜ୍ୟ

ଗଞ୍ଜାମ:ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ନଭେମ୍ବର ୭ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି।  ଏଭଳି ନିଷ୍ପତ୍ତି ଜିଲ୍ଲାପ୍ରଶାସନ ପକ୍ଷରୁ ନିଆଯାଇଛି। ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୪୯୮ଟି ସ୍କୁଲ ଓ ୧୦୩୨ଟି ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି। ଅନେକ ଶିକ୍ଷାନୁଷ୍ଠାନରେ ବନ୍ୟାଜଳ ପ୍ରବେଶ କରିବା ସହ ପରିସରରେ ଅଳିଆ ଆବର୍ଜନା ଜମି ରହିଛି।

ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଫେଇ, ବିଶୋଧନ ଓ ଆବଶ୍ୟକ ମରାମତି କାର୍ଯ୍ୟ କରାଯିବ।ବନ୍ୟା ପରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୁନର୍ବାର ପାଠପଢ଼ା ପାଇଁ ଉପଯୋଗୀ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।