Murder

ଲୁଟ ପରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା

ରାଜ୍ୟ

ଭୁବନେଶ୍ବର: ସିସିଟିଭି ଅଫ୍ କରି ମର୍ଡର । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧ ନଗରରେ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା । ଲୁଟ ପରେ ହତ୍ୟା କରି ଫେରାର କେୟାର ଟେକର ବଳଭଦ୍ର ମହାରଣା । ମୃତକ ହେଲେ ପୂର୍ବତନ DFO ହାଡ଼ିବନ୍ଧୁ ନନ୍ଦଙ୍କ ପତ୍ନୀ କୁଞ୍ଜଲତା ନନ୍ଦ । ବୃଦ୍ଧା ପିନ୍ଧିଥିବା ଗହଣା ସହ ଘରର ଆଲମାରୀରୁ କିଛି ଟଙ୍କା ଓ ଗହଣା ନେଇ ଛୁ ମାରିଛି । ଯିବା ସମୟରେ ଏକ ସ୍କୁଟି ମଧ୍ୟ ନେଇ ଖସିଯାଇଛି । କେୟାର ଟେକର ଦୀର୍ଘ ଚାରି ମାସ ପୁର୍ବେ ବୃଦ୍ଧାଙ୍କୁ ଚିକିତ୍ସା ଦାୟିତ୍ବରେ ରହିଥିଲେ ।

ବୃଦ୍ଧାଙ୍କ ଦୁଇ ପୁଅ ଓ ଦୁଇ ଝିଅ ଘର ବାହାରେ ରହୁଥିବା ବେଳେ ବୃଦ୍ଧା ଏକାକି ରହୁଥିଲେ । ଅଭିଯୁକ୍ତ ବଳଭଦ୍ରର ଘର ଟାଙ୍ଗୀ ଅଞ୍ଚଳରେ ଜଣାପଡିଛି । ବୃଦ୍ଧାଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ଲଷ୍ମୀସାଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ଭୁବନେଶ୍ୱର ଡିସିପି ଓ ପୋଲିସ କମିଶନର ପହଞ୍ଚିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ପୋଷ୍ଟ ମୋର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ମୃତଦେହ ।