ବାରିପଦା – ତା-4-11- କଲିକତା ର ଏଜ ଟ୍ରେଡିଙ୍ଗ କିମ୍ପାନୀ ର ଓଡିଶା ର ମୁଖ୍ୟ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମର ଇଶ୍ଵର ବିନ୍ଧାଣୀ ଙ୍କ ବାସଭବନରେ ଆଜି ପ୍ରର୍ବର୍ତ୍ତନ ନିର୍ଦ୍ଧେଶାଳୟ (ଇଡି ) ପକ୍ଷରୁ ଚଢ଼ାଉ କରାଯାଇଅଛି l କଲିକତାର ଭିତିକ ଟ୍ରେଡିଙ୍ଗ କମ୍ପାନୀ ପକ୍ଷରୁ ଲୋକମାନଙ୍କୁ ଅଧିକ ଲାଭ ର ପ୍ରଲୋଭୋନ ଦେଖାଇ ଓଡିଶା ମୁଖ୍ୟ ଇଶ୍ଵର ବିନ୍ଧାଣୀ ରାଜ୍ୟର ମୟୁରଭଞ୍ଜ,କଟକ, ଜଗତସିଂପୁର ସମେତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନ ମାନଙ୍କରେ ଲୋକମାନଙ୍କ ପାଖରୁ ପାଖାପାଖି 70 କୋଟି ରୁ ଉର୍ଦ୍ଧ ଟଙ୍କା ଠକେଇ ନେଇଥିବାର ଅଭିଯୋଗ ହୋଇଛି l
ଅଭିଯୋଗ କୁ ଆଧାର କରି ଆଜି ଇଡି ର ତିନି ଜଣିଆ ଟିମ ସହିତ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ଇଶ୍ଵର ବିନ୍ଧାଣୀ ଙ୍କ ବାସଭବନରେ ଚଢ଼ାଉ କରିଛନ୍ତି l ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂନ୍ନ କାଗଜପତ୍ର ସମେତ ବ୍ୟାଙ୍କ ଖାତା ଜବତ କରାଯାଇଅଛି l ଏହି ଠକେଇ ରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଟଙ୍କା ଅନ୍ୟ କାହା ବ୍ୟାଙ୍କ ଖାତା କୁ ଟ୍ରାନ୍ସଫାର ହୋଇଛି ସେ ଦିଗରେ ତଦନ୍ତ ଜାରି ରହିଅଛି l
