ବାରିପଦା: ପୋଲିସ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ କୁଦୁଲିବାଡି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ସନ୍ଦେହକୁ ଘେନି ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ଯୁବକ ଜଣକ ଗୁରୁତର ହୋଇପଡ଼ିଥିଲେ l ଗୁରୁତର ଅବସ୍ଥାରେ ସୋମବାର ସନ୍ଧ୍ୟାରେ ଯୁବକକୁ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
ମୃତ ଯୁବକ ହେଲେ ବାଦାମ ପାହାଡ଼ ଥାନା ଅଞ୍ଚଳର କଣ୍ଟାଶୋଲା ଗ୍ରାମର ବରଜୁ ଦେହୂରୀ । ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଦୁଧିଝରଣ ଗ୍ରାମର କୁଦୁଲିସାହି ବସ୍ତି ଅଞ୍ଚଳର ଜନୈକ ମହିଳାଙ୍କ ମୋବାଇଲ ଚୋରୀ ମାମଲାରେ ବରଜୁ ଦେହୂରୀ ଚୋରୀ କରିଥିବା ସନ୍ଦେହ କରି ଶନିବାର ରାତି ୯ ଟା ପାଖାପାଖି ସମୟରେ ମହିଳାଙ୍କ କିଛି ସମ୍ପର୍କୀୟ ବାଦାମପାହାଡ଼ ଥାନା ଅଞ୍ଚଳର ଚାକରଡିହି ଗ୍ରାମ ଛକରେ ବରଜୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଚାକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ମୃତ୍ୟୁ ହୋଇଥିଲା । ଆଜି ମଙ୍ଗଳବାର ବାଦାମପାହାଡ଼ ପୋଲିସ ମୃତକକୁ ଉଦ୍ଧାର କରି ଏକ ମାମଲା କେଶ ନମ୍ଵର ୧୫୧/୨୬ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତକୁ ଜୋରଦାର କରିଛି ।
