Image 1730445050

ମନ୍ଦିରରେ ଲାଗିବ ଭେଣ୍ଡିଂ ମେସିନ; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଆଉ ପ୍ରସାଦ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବନି। ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ ପ୍ୟାକେଟ୍ । କେବଳ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କଲେ ବାହାରିବ ଲଡୁ ପ୍ୟାକେଟ। ଏପରି ବ୍ୟବସ୍ଥା ମଧ୍ୟପ୍ରଦେଶର ଉଜ୍ଜେୟନସ୍ଥିତ ମହାକାଳେଶ୍ୱର ମନ୍ଦିରରେ ହେବାକୁ ଯାଉଛି। ମନ୍ଦିରର ପ୍ରବନ୍ଧ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା କଲେକ୍ଟର ନୀରଜ କୁମାର ସିଂହଙ୍କ କହିବା ମୁତାବିକ, ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। […]

Read More Text.
Image 1730434088

କଳ୍ପନା ସୋରେନଙ୍କ ବିରୋଧରେ ଛିଡ଼ା ହୋଇଥିଲେ, ହଠାତ୍‌ ଜେଏମ୍‌ଏମ୍‌ରେ ମିଶିଗଲେ

ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ହେଲାଣି ରାଜନୀତି। ରାଜନୀତିର ପଶାପାଲିରେ ଜେଏଲ୍‌କେଏମ୍‌ ପାର୍ଟିକୁ ମିଳିଛି ଶକ୍ତ ଝଟକା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅକିଲ ଅଖତର ଜେଏଲ୍‌କେଏମ୍‌ ଛାଡ଼ି ଦେଇଛନ୍ତି। ସେ ଏବେ ଜେଏମ୍‌ଏମ୍‌ରେ ମିଶି ଯାଇଛନ୍ତି। ତେବେ ଏହା ପଛର କାରଣ ନେଇ ସେ ମୁହଁ ଖୋଲୁ ନାହାନ୍ତି । ଝାଡ଼ଖଣ୍ଡର ଗାଣ୍ଡେୟ ଏବେ ହଟ୍‌ ସିଟ୍‌ ପାଲଟିଛି। ଏହି ଆସନରୁ ଜେଏମ୍‌ଏମ୍‌ କଳ୍ପନା ସୋରେନଙ୍କୁ ପ୍ରାର୍ଥୀ […]

Read More Text.
Iskon

ବାତିଲ ହେଲା ଇସ୍କନର ଅଦିନିଆ ରଥଯାତ୍ରା

ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ ।  ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା ।  ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା ।  ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଧାର୍ଯ୍ୟ ତିଥି […]

Read More Text.
Lh

ଇସ୍ରାଏଲ ଉପରେ ପାଲଟା ଆକ୍ରମଣ ପାଇଁ ସେନାକୁ ସବୁଜ ସଙ୍କେତ ଦେଲେ ଖାମେନି

ତେହେରାନ : ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ବାରା ରିପୋର୍ଟ ପ୍ରକାଶ ପାଇଛି। ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦକୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ନ୍ୟୁୟର୍କ ଟାଇମ୍ସ ଇରାନର ତିନିଜଣ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସିଙ୍କ ରିପୋର୍ଟ ଆଧାରରେ ଏହା ଦାବି କରିଛି। ନ୍ୟୁୟର୍କ […]

Read More Text.
Image 1730442802

ମୋଦିଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ବିବେକ ଦେବରାୟଙ୍କ ଦେହାନ୍ତ

ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ  ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେ ଆଖି ବୁଜିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ଯ୍ୟ କରିଥିଲେ […]

Read More Text.
Image 1730437578

ସତ୍ୟପାଠରେ ସାଂଘାତିକ ତଥ୍ୟ; ୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଛି ୭ ବର୍ଷ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ। ଅର୍ଥାତ ୫ ବର୍ଷ ପୂର୍ବେ ତାଙ୍କୁ ୪୨ ବର୍ଷ ହୋଇଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି […]

Read More Text.
Aur6nknzawd2qdmj5ugs

ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ସମ୍ବନ୍ଧରେ ସର୍ବଶେଷ ଅପଡେଟ୍ ଆସିଛି । ସୂଚନା ଅନୁସାରେ ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୩ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ (ପୁରୁଣା ସଂସଦ ଗୃହ) ର କେନ୍ଦ୍ରୀୟ ହଲରେ ଏକ ସ୍ୱତନ୍ତ୍ର ମିଳିତ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ତେବେ ଏ ସମ୍ପର୍କରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ […]

Read More Text.
Nawab

ଦାଉଦ ସହ ସଂପର୍କ ଅଭିଯୋଗ : ନବାବ ମଲ୍ଲିକଙ୍କ ପାଇଁ ପ୍ରଚାର କରିବନି ବିଜେପି

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମେଣ୍ଚଗୁଡ଼ିକ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏନସିପି ନେତା ନବାବ ମଲ୍ଲିକଙ୍କୁ ଟିକେଟ ଦେବା ନେଇ ଏବେ ମହାଯୁତି ମେଣ୍ଟରେ ବଡ଼ ବିବାଦ ଦେଖାଦେଇଛି । ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ସହିତ ନବାବଙ୍କ ସଂପର୍କ ଥିବା କହି ବିଜେପି ତାଙ୍କୁ ଟିକେଟ ଦେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏପରିକି ତାଙ୍କ ପାଇଁ ପ୍ରଚାର ନ କରିବାକୁ […]

Read More Text.
Image 1730370877

ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପର୍ବରେ ସାରା ଦେଶରେ ଉତ୍ସବର ମାହୋଲ। ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଦୀପାବଳି ପାଇଁ ସମସ୍ତେ ଉତ୍ସାହିତ। କିନ୍ତୁ ଏତେ ବଡ଼ ପର୍ବ ଦିନରେ ମଧ୍ୟ ଆମର ଯବାନମାନେ ସୀମାରେ ନିୟୋଜିତ ଅଛନ୍ତି ଏବଂ ଦେଶକୁ ସୁରକ୍ଷା ଦେଇ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଏଭଳି ସ୍ଥିତିରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାରେ ପହଞ୍ଚି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଆଜି ଗୁଜରାଟର କଚ୍ଛରେ ପହଞ୍ଚି ବିଏସ୍ଏଫ୍ ଯବାନମାନଙ୍କୁ ମିଠା ଖୁଆଇ […]

Read More Text.
Samb

ସାମ୍ବାଦିକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା

ଜାତୀୟ ନ୍ୟୁଜ ଏଜେନ୍ସି ANI ପାଇଁ କାମ କରୁଥିବା ସାମ୍ବାଦିକ ଦିଲୀପ ସୈନିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଘର ଭିତରେ ପଶି ଛୁରୀ ଭୁଷି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଫିତେପୁର ଜିଲ୍ଲାର ଭିତୋର ରୋଡ ନିକଟରେ ଥିବା ବିସାଉଲି ଠାରେ ଏପରି ଘଟଣା ଘଟିଛି। ଘଟଣା ବେଳେ ଦିଲୀପଙ୍କ ପାଖରେ ତାଙ୍କ ବନ୍ଧୁ ତଥା ବିଜେପି ନେତା ଶାହିଦ ଖାନ ଉପସ୍ଥିତି ଥିଲେ। ସେ ମଧ୍ୟ ଛୁରା ମାଡ଼ରେ […]

Read More Text.