Mother Cradling Newborn Babys Feet

ରାୟଗଡ଼ାରେ ଚାଞ୍ଚଲ୍ୟ: ଦାରିଦ୍ର୍ୟ ଯୋଗୁ ଶିଶୁକନ୍ୟାକୁ ବିକ୍ରି କଲେ ଦମ୍ପତି

ରାୟଗଡ଼ା: ଦାରିଦ୍ର୍ୟ ଯୋଗୁଁ ନିଜର ନବଜାତ ଶିଶୁକନ୍ୟାକୁ ବିକ୍ରି କଲା ମାଆ । ୨୦ ହଜାର ଟଙ୍କାରେ ବିକ୍ରିକଲା ମାଆ । ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିଡବ୍ଲୁସି । ଚଳିତ ମାସ ଅର୍ଥାତ ୩.୧୧.୨୪ ରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧.୧୧.୨୪ ରେ ବିକ୍ରି କରିଥିଲା ମାଆ। ବିକ୍ରି ହୋଇଥିବା ଶିଶୁକନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା […]

Read More Text.
Ass

୨୬ରୁ ଶୀତକାଳୀନ ଅଧିବେଶନ: ୨୫ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିପାଇଁ ଦିନକ ପୂର୍ବରୁ  ଅର୍ଥାତ୍ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି, ବିଧାନସଭାର ଅତିରିକ୍ତ ବଜେଟ ପାଇଁ ଆସନ୍ତା ୨୬ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲୁରହିବ । ଏଥିପାଇଁ ୨୫ରେ […]

Read More Text.
Child 4

ସୈତାନ ସାଜିଲେ ମା’-ବାପା: ପୁଅକୁ ମାରି ମାଟିରେ ପୋତିଦେଲେ

ଚୌଦ୍ଵାର: ନିଶାଗ୍ରସ୍ତ ଅବସ୍ଥାରେ ସୈତାନ ସାଜିଲେ ମା’-ବାପା ।  ପୁଅକୁ ମାରି ମାଟିରେ ପୋତିଦେଲେ ।  ନିଜ ଜନ୍ମ କଲା ସନ୍ତାକୁ ହତ୍ୟାକରିବା ପରେ ଏପରି କରିଛନ୍ତି ବାପା ମାଆ । ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିର ଘଟଣା । ସୂଚନା ଅନୁୟାୟୀ , ଗତକାଲି ବିଳମ୍ବିତ ରାତିରେ ଶିଶୁପୁତ୍ରର ବାପା ରାଜୁ ହେମ୍ବ୍ରମର ୩ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ ।  ରାଜୁ ଓ ତାଙ୍କ ସ୍ତ୍ରୀ ବନ୍ଧୁଙ୍କ ସହ ମିଶି […]

Read More Text.
Mixcollage 19 Nov 2024 12 42 Pm 2161

ସରକାରୀ ବାବୁଙ୍କ ଘରେ ପୁଳା ପୁଳା ସମ୍ପତ୍ତି: ଗିରଫ ହେଲେ ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ

ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଗତକାଲି ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ବାବୁଙ୍କ କୋଠାର ତାଲିକା ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ। ଭୁବନେଶ୍ବର ଠାରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ଉପ-ଜିଲ୍ଲାପାଳ ବାବୁଙ୍କ ନାଁରେ ରହିଛି ମାଳ ମାଳ କୋଠା। ଭିଜିଲାନ୍ସ ଚଢାଉ ପରେ ଭୁବନେଶ୍ଵରରେ ଏକ ମହଲା କୋଠା, ଝାରପଡ଼ାରେ ୩ ମହଲା ନିର୍ମାଣାଧୀନ କୋଠାରେ ବି […]

Read More Text.
Img 20241118 Wa0209

ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ

ବାରିପଦା: ୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ବାରିପଦା ସ୍ଥିତ ସହିଦ ସ୍ମୃତି ଭବନ ଠାରେ ସୋମବାର ଦିନ ଜିଲ୍ଲା ସ୍ତରୀୟ ସମବାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ, ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ସୁବ୍ରମଣ୍ୟମ ମହାନ୍ତି ଓ ଅତିରକ୍ତ ଜିଲ୍ଲାପାଳ […]

Read More Text.
Img 20241118 Wa0221

“ପ୍ରକୃତ ଜ୍ଞାନୀ ଲୋକଙ୍କର ଧନ, ମାନସମ୍ମାନ, ସମୃଦ୍ଧି ଛାଇ ପରି ଥାଏ ” : ସ୍ୱାମୀ ଚିଦ୍ରୁପାନନ୍ଦଜୀ

ବାରିପଦା: ” ଏକ ସର୍ଭେ ଅନୁସାରେ ବିଭିନ୍ନ ଡିଗ୍ରୀ ସେର୍ଟିଫିକେଟ ଧାରୀ ମଧ୍ୟରୁ ମାତ୍ର ଶତକଡା ୩0 ଭାଗଙ୍କ ପାଖରେ ପ୍ରକୃତ ଯଗ୍ୟତା ଥାଏ l ସେଇ ବ୍ୟକ୍ତିମାନଙ୍କ ପଛରେ ଧନ, ମାନସମ୍ମାନ, ସବୃଦ୍ଧି ଛାଇ ପରି ଗଡ଼ାଇ ଥାଏ l ବାକି ବ୍ୟକ୍ତିମାନେ ବେକାର ହୋଇ ସରକାରଙ୍କୁ ଚାକିରୀ ଭିକ୍ଷା ମାଗି ଥାନ୍ତି ନଚେତ ନିନ୍ଦା କରି ଥାନ୍ତି l ଏବେ ପିଲାମାନେ କଳେବଳେ ଅଧିକ ମାର୍କ ରଖିବା ସହିତ କେବଳ ଡିଗ୍ରୀ ହାସଲ କରିବା ପଛରେ […]

Read More Text.
Img 20241118 Wa0293

ମୋଦୀଙ୍କ ରାଜ୍ୟରେ ମୟୂରଭଞ୍ଜ ପର୍ଯ୍ୟଟନର ପ୍ରଚାର କଲେ ମୟୂରଭଞ୍ଜର ଯୁବଗୋଷ୍ଠୀ

ବାରିପଦା: ନିଜର ଅପରୂପ ପ୍ରାକୃତିକ ସୁନ୍ଦରତା ଓ ଅନନ୍ୟ ବିଭବ ନିମନ୍ତେ ପରିଚିତ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଅସଂଖ୍ୟ ସୁନ୍ଦର ଝରଣା ଓ ଅନେକ ପର୍ଯ୍ୟଟନସ୍ଥଳୀକୁ ନେଇ ସମୃଦ୍ଧ। ମୟୂରଭଞ୍ଜର ଏହି ସବୁ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଗୁଡିକ ପ୍ରତି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ନିଆରା ଉଦ୍ୟମ କରିଛନ୍ତି ମୟୂରଭଞ୍ଜର ଯୁବଗୋଷ୍ଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜରାଟରେ ମୟୂରଭଞ୍ଜର ପର୍ଯ୍ୟଟନସ୍ଥଳୀ ଗୁଡିକ ସମ୍ପର୍କରେ ବ୍ୟାପକ ପ୍ରଚାର କରିଛନ୍ତି ମୟୂରଭଞ୍ଜର […]

Read More Text.
Onn 3

କଲରାପତିରିଆ ବାଘ ଛାଲ ଜବତ, ତିନି ଗିରଫ ଜଣେ ଫେରାର

ବାରିପଦା: ଆଜି ବନବିଭାଗ ପକ୍ଷରୁ ମୟୁରଭଞ ଜିଲା ବାଙ୍ଗିରିପୋଷି ରେଞ ଅନ୍ତର୍ଗତ ବାଲିଖୋଣି ଗ୍ରାମ ଠାରେ ଚଢାଉ କରି ଏକ କଲରାପତିରିଆ ବାଘଛାଲ ଜବତ କରିବା ସହିତ ତିନି ଜଣ ଅଭି୍‌ଯୁକ୍ତ କୁ ଗିରଫ କରାଯାଇଅଛି । ଅନ୍ୟ ଜଣେ ଅଭିଯୁକ୍ତ ବନବିଭାଗ କୁ ଚକମା ଦେଖାଇ ଖସିଯିବାରେ ସଫଳ ହୋଇଅଛି । କୈାଣସି ସୂତ୍ରରୁ ଖବର ପାଇ ଆଜି ବନବିଭାଗ ର ଏକ ଟିମ ବାଲିଖୋଣି ଗ୍ରାମ ଠାରେ ବାଘଛାଲ ବିକ୍ରି ପାଇଁ ଦୁଇ ଗୋଟି […]

Read More Text.
1 89 1731569020796

ବାଲିଯାତ୍ରାକୁ ନେଇ କିଛି ତଥ୍ୟ

ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ […]

Read More Text.
Ratna Bhandar

ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼ ହେତୁ ଏଏସଆଇ ରତ୍ନଭଣ୍ଡାରର ମରାମତି କାମ କରିପାରିନଥିଲା। ହେଲେ ଏବେ ମରାମତି କାମ ଆରମ୍ଭ ହେବ। ଏନେଇ ଏଏସଆଇ ପକ୍ଷରୁ ପ୍ରସ୍ତୁତି ସରିଛି। ମୁଁ ଆଶା କରୁଛି, ଜାନୁଆରି ଶେଷ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତିମଣତି। ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଏସଓପି ପ୍ରସ୍ତୁତ ସରିଥିଲା। ଏଏସଆଇ ମରାମତି କରି ସାର୍ଟିଫିକେଟ୍ […]

Read More Text.