ବାରିପଦା : ବାରିପଦା ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ରାଜୀବ କଲୋନୀ, କେଶବ ବାବା ସାହି ଓ ଟାଙ୍କିସାହିର ଅସହାୟ ବାସିନ୍ଦାଙ୍କୁ ଆର.କେ. ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ କରାଯାଇଛି। ଆଗକୁ ଆସୁଥିବା ଶୀତକୁ ଦୃଷ୍ଟିରେ ରଖି ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଜନକଲ୍ୟାଣକାରୀ ପଦକ୍ଷେପ ନିଆଯାଇଥିବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସ୍ଥାନୀୟ କାଉନସିଲର ସୁକେଶିନୀ ସେଠୀ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ମାନସ କୁମାର ଆଚାର୍ଯ୍ୟ କମ୍ବଳ ପ୍ରଦାନର ବ୍ୟବସ୍ଥା କରିଥିଲେ। ଅତିଥି ଭାବେ ଡା. ଶୁଭଶ୍ରୀ ଆଚାର୍ଯ୍ୟ, ସମାଜସେବୀ ଅମର କୁମାର ସେଠୀ, ସୋମନାଥ ସିଂହ ଏବଂ ବୁଲବୁଲ ଆଚାର୍ଯ୍ୟ ଯୋଗଦେଇ ମୋଟ ୬୦ ଜଣ ହିତାଧିକାରୀଙ୍କୁ କମ୍ବଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅବିନାଶ ସେଠୀ, ଭଗବତୀ ଭୂୟାଁ, ରାଜଶ୍ରୀ ଦାସ, ରୀନା ଭଞ୍ଜଦେଓ, ଝିଲି ମାଇତି ଓ ସୁପ୍ରଭା ଭଞ୍ଜଦେଓ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
