ବାରିପଦା : ଏକ ମାନସିକ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ କୁ ଭାରତୀୟ ନ୍ୟାୟ ସଂହିତା ଆଇନ 64(2)(k) ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ କୋଡିଏ ହଜାର ଟଙ୍କା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l
ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାନ୍ତା ଗ୍ରାମର ସରୋଜ ବେହେରା, (60) l ମାମଲାର ବିବରଣୀ ରୁ ପ୍ରକାଶ ଯେ 2025 ମସିହା ମଇ ମାସରେ ଅଭିଯୁକ୍ତ ସରୋଜ ବେହେରା ଭିକ୍ଷାବୃତ୍ତି କରି ଚଳୁଥିବା ଜନୈକ ମାନସିକ ଭିନ୍ନକ୍ଷମ ଯୁବତୀ (25) କୁ ଦୁଷ୍କର୍ମ କରିବାର ଥାନାରେ ଅଭିଯୋଗ ହୋଇଥିଲା l ଏ ବାବଦରେ କୁଳିଅଣା ଥାନାରେ କେସ ନମ୍ବର 81/4-5-2025 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ପ୍ରଭାତ କୁମାର ବେହେରା ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l
