IMG 20261030 17025520 750x430

ଯୋଶୀମଠ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଦେଶ - ବିଦେଶ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଦ୍ରୀନାଥ ଏବଂ ଯୋଶୀମଠ ମଧ୍ୟରେ ମାରୱାଡି ନିକଟରେ ଶୁକ୍ରବାର ଅପରାହ୍‌ଣରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ଚମୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ୍‌ କେ ଯୋଶୀ କହିଛନ୍ତି, ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ସଂପର୍କିତ ସୂଚନା ମିଳିଥିଲା। ଏସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ସେ କହିଛନ୍ତି ଯେ, ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ୟୁସିଏଡିଏ ଅନୁସାରେ ହେଲିକପ୍ଟରରେ ପାଇଲଟ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ। ପାଇଲଟଙ୍କ ନାମ ହିମାଂଶୁ। ପ୍ରତାପ, ଅରୁଣ, ଶଙ୍କର ଗୌଡ଼ା, ସୁଧୀର ଏବଂ ଏଚ୍‌ଏମ୍‌ ନଟରାଜ। ରିପୋର୍ଟ ଲେଖାଯିବା ବେଳକୁ ହେଲିକପ୍ଟରର ତଦନ୍ତ ଚାଲିଛି। ସମସ୍ତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।