Dead

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଢୁନିଆ ଗ୍ରାମର ଜଣେ ସାତ ବର୍ଷ ର ନାବାଳିକାର ପୋଖରୀରେ ବୁଡି ମୃତ୍ୟୁ ହୋଇଅଛି l ମୃତ ନାବାଳିକା ହେଲେ ଉକ୍ତ ଗ୍ରାମର ତୁଳସୀ ନାୟକ l ନାବାଳିକା ଜଣକ ସବୁଦିନ ପରି ଆଜି ସକାଳୁ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ l

ପରିବାର ଲୋକେ ଖୋଜା ଖୋଜି କରି ପୋଖରୀରୁ ତାଙ୍କୁ ଉଦ୍ଧାର କରି ବିଶୋଇ ଡାକ୍ତରଖାନା କୁ ନେଇଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ବାବଦରେ ବିଶୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି l