ବାରିପଦା : ବାତ୍ୟା ପ୍ରଭାବରେ ବାରିପଦା ସହର ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଗତକାଲି ପାଖରୁ ଆଜି ପର୍ଯ୍ୟନ୍ତ ବର୍ଷା ର ପ୍ରଭାବ ଜାରିରହିଛି l ଫଳରେ ଆଜି ଅପରାହ୍ନରେ ବାରିପଦା କଚେରୀ ପଛ ପଟେ ରାସ୍ତା ପାର୍ଶ୍ଵରେ ଏକ କୋର୍ଟ ର କାନ୍ଥ ଭୁଶୁଡି ପଡିଅଛି l ଭାଗ୍ୟବଶତଃ ସେହି ସମୟରେ ଉକ୍ତ ସ୍ଥାନରେ କୌଣସି ଲୋକ ନଥିଲେ l
ତେଣୁ ଏଥିରେ କୌଣସି ଲୋକ ଆହତ ହୋଇନଥିବା ବେଳେ ରାସ୍ତା ପାର୍ଶ୍ଵରେ ରହିଥିବା କିଛି ବାଇକ ଏବଂ କାର ଭଙ୍ଗା କାନ୍ଥ ତଳେ ଚାପି ହୋଇଯାଇଥିଲା l ଖବର ପାଇ ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଭଙ୍ଗାକାନ୍ଥ ତଳୁ ଗାଡିଗୁଡିକୁ ଉଦ୍ଧାର କରିଥିଲେ l ଉକ୍ତ ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ଅଟେ l ତେଣୁ ଆଜିକାର ଏହି ଘଟଣା ପରେ ଲୋକମାନଙ୍କ ଭିତରେ ଏକ ଭୟର ବାତାବରଣ ଦେଖାଦେଇଥିଲା l
