IMG 20260330 WA0141

ଶିମିଳିପାଳ ସୁରକ୍ଷା ପାଇଁ ହାତ ମିଳାଇଲେ ଗ୍ରାମ ଜଙ୍ଗଲ କମିଟି, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଶ୍ୟାମାଖୁଣ୍ଟ ବ୍ଲକ ଅନ୍ତର୍ଗତ  ରଙ୍ଗମାଟିଆ ସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପ ରେ ଶିମିଳିପାଳ ପାଦ ଦେଶ ରେ ଥିବା ୧୪ ଟି ଗ୍ରାମ ର ୨୫ ୦ ଋ ଅଧିକ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ନେଇ  ଶିମିଳିପାଳ ସୁରକ୍ଷା ରେ ଗ୍ରାମବାସୀ ଙ୍କ ଭୂମିକା ସମ୍ପର୍କ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ପରିବେଶ ପ୍ରହରୀ, ସ୍ପାଡା ସ୍ବେଚ୍ଛାସେବୀ ଅନୁଷ୍ଠାନ  ଓ   ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ଆନୁକୁଲ୍ୟ ରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ର ଉପ-ନିର୍ଦେଶକ ଡାଃ ସମ୍ରାଟ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରିବେଶ ପ୍ରହରୀ, ସ୍ପାଡା ସ୍ବେଚ୍ଛାସେବୀ ଅନୁଷ୍ଠାନ  ର ମୁଖ୍ୟ ତଥା ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ   ବିବେକାନନ୍ଦ  ପଟ୍ଟନାୟକ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ବାଲିଡିହା ସରପଞ୍ଚ  ଶକୁନ୍ତଳା ବିଶ୍ବାଳ , କଳାପଥରା ସରପଞ୍ଚ ଶ୍ୟାମ ଚରଣ ସିଂ, ଭାଲୂକି ସରପଞ୍ଚ   ପଦ୍ମାବତୀ ହାଁସଦା,ଆଇନଜୀବୀ ତଥା ସମାଜସେବୀ ପଦ୍ମଲୋଚନ ମହାନ୍ତ, ସମାଜସେବୀ ବିଲକାନ ପ୍ରଭୁଦୟାଲ ନାଗ, ପିଠାବଟା ରେଞ୍ଜ ଅଫିସର ଜିତେନ କୀସ୍କୁ, ସ୍ପାଡା ସ୍ବେଚ୍ଛାସେବୀ ଅନୁଷ୍ଠାନ  ର ଚୈତନ ପ୍ରସାଦ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ।
ଦକ୍ଷିଣ ବନଖଣ୍ଡ ର ଉପ-ନିର୍ଦେଶକ ଡାଃ ସମ୍ରାଟ ଗୌଡ଼ା ଶିମିଳିପାଳ ର ସୁରକ୍ଷା ପାଇଁ  ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଶିମିଳିପାଳ ରେ ବନାଗ୍ନି ମୁକ୍ତ କରିବା ଓ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ନିକଟବର୍ତୀ ଅନେକ ଗ୍ରାମ ର ଗ୍ରାମ ବାସୀ ମାନଙ୍କ  ସହଯୋଗ ଉଲ୍ଲେଖନୀୟ ବୋଲି  ମତାମତ ଦେଇଥିଲେ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଙ୍କୁ ଗ୍ରାମ ବାସୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ର ପ୍ରତିଶୃତି ଦେଇଥିଲେ । ଶିମିଳିପାଳ ନିକଟ ରେ ଥିବା ଗ୍ରାମବାସୀ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଉପଯୁକ୍ତ ସମନ୍ବୟ ଗଠନ କରିବା  ପାଇଁ ଏକ ଖସଡା ପ୍ରସ୍ତୁତ କରିବାକୁ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ବିବେକାନନ୍ଦ ପଟ୍ଟନାୟକ ଙ୍କୁ  ଅନୁରୋଧ କରିଥିଲେ। ଉପସ୍ଥିତ ସମସ୍ତ ସରପଞ୍ଚ ନିଜ ଅଞ୍ଚଳର ଜଙ୍ଗଲ ସହିତ ଶିମିଳିପାଳ ଜଙ୍ଗଲ ର ସୁରକ୍ଷା ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ  ଶିମିଳିପାଳ ଉପରେ  ନିଜ ନିଜର  ବକ୍ତବ୍ୟ ରଖିଥିଲେ।ଏହି ଅବସରରେ  ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଶିମିଳିପାଳ ସମ୍ବନ୍ଧୀୟ ଅନେକ ଛୋଟ ଛୋଟ ପ୍ରାମାଣିକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ସର୍ବ ଶେଷରେ  ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ର ସୁମନ୍ତ ଚଉଧୁରୀ  ଧନ୍ୟବାଦ ଅର୍ପଣ କରିଥିଲେ । ସ୍ପାଡା ସ୍ବେଚ୍ଛାସେବୀ ଅନୁଷ୍ଠାନ  ର ବୈଦ୍ୟନାଥ ମାରାଣ୍ଡି ଓ କଳେବର ସିଂ କାର୍ଯକ୍ରମ କୁ ପରିଚାଳନା କରିଥିଲେ ।