Nepal hill colapse 750x430

ନେପାଳରେ ପୁଣି ପ୍ରକୃତିର ତାଣ୍ଡବ: ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର ପାଖାପାଖି ୮ଟି ଘର ନିମିଷକେ ଭୁଶୁଡିପଡିଛି । ୧୦ଜଣଙ୍କ ମୃତ୍ୟୁୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଏସପି ସୂଚନା ଦେଇଛନ୍ତି । […]

Read More Text.
Ujjain

ଶାହୀ ମସଜିଦ ଉଚ୍ଛେଦ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହି ମସଜିଦର ଏକ ଅଂଶ ଭାଙ୍ଗିବା ନେଇ ବ୍ୟାପକ ବିରୋଧ ଏବଂ ଉତ୍ତେଜନା ଦେଖାଦେଇଛି। ମୁସଲିମ ସମ୍ପ୍ରଦାୟ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀ ଭଙ୍ଗାକୁ ସମର୍ଥନ କରୁଛି ଏବଂ ଅନ୍ୟଟି ଏହାକୁ ବିରୋଧ କରୁଛି। ସୋମବାର ଦିନ, ବହୁ ସଂଖ୍ୟକ ପ୍ରଦର୍ଶନକାରୀ ଏହି ଭଙ୍ଗାକୁ ବିରୋଧ କରିଥିଲେ ଏବଂ ପୋଲିସ ଉପରେ ପଥର ମାଡ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ […]

Read More Text.
Assembly meeting

ଆଗୁଆ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ଏମଏମଡିଆର ପ୍ରସଙ୍ଗକୁ ନେଇ ବାରମ୍ବାର ଅଚଳାବସ୍ଥା ଭିତରେ ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ମୌମୁମୀ ଅଧିବେଶନର ୫ମ ଦିନରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଥିବା ବେଳେ ଗୃହକୁ ମୁଲତବୀ କରିବାକୁ ପ୍ରସ୍ତାବ ରଖିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ସୂଚନାଥାଉକି, ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ୯ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିଲା । କିନ୍ତୁ […]

Read More Text.
Police

ଗୁଣି ସନ୍ଦେହରେ ହତ୍ୟା ପରେ ପୋଡ଼ି ଦେଲେ, ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର

ବ୍ରହ୍ମପୁର: ଗୁଣି ସନ୍ଦେହରେ ବର୍ବରକାଣ୍ଡ । ରାତି ଅଧରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା ପରେ ପୋଡ଼ିଦେଲେ ଗାଁ ଲୋକେ । ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ଆହତ । ​ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା ଗାଁରେ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତିରେ ଘରୁ ଡାକିନେଇ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡ଼ି ପାଉଁଶ କରିଦେଇଛନ୍ତି ଗାଁ ଲୋକେ । […]

Read More Text.
Screenshot 2026 09 28 150059 750x430

MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ନେତୃତ୍ଵ ନେଇଛନ୍ତି । MMDR ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି । […]

Read More Text.

 ନାଳରେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂଥାନ ଅଞ୍ଚଳର  କୁଲୁଘୁଟୁ ଗ୍ରାମ୍ଯ ନାଣ୍ଡୁଆ ନାଳରେ ଗତକାଲି ଶନିବାର ଦିନ ପୂର୍ବାହ୍ନ ସମୟରେ  ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇ  ପ୍ରଖର ସ୍ରୋତରେ ଭାଷି ଯାଇଥିବା ଜଣେ ନବାଳକ ର ମୃତଦେହକୁ ଆଜି ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଅଛି l ସୂଚନାଯୋଗ୍ୟ ପଡୋଶୀ ଝାଡଖଣ୍ଡ ରାଜ୍ଯର‌ ପଶ୍ଚିମ ସିଂହଭୂମ ଜିଲ୍ଲାର   ତାନ୍ତେନଗର ଥାନା ଅଞ୍ଚଳର କାକେହୋ ଗ୍ରାମର ସ୍ବର୍ଗତ ଦୁର୍ଯୋଧନ କାଲୁଣ୍ଡିଆଙ୍କ ୧୭ ବର୍ଷିୟ […]

Read More Text.
IMG 20260927 WA0255

 ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା:  ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଆସନ୍ତା ଅକଟୋବର ୧ ତାରିଖରେ ପାଳିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬  ଉପଲକ୍ଷେ ଆଜି ରାଇରଙ୍ଗପୁର ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟର ନବମ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଇଂରାଜୀ ଓ ଓଡ଼ିଆ ଭାଷାରେ ପୃଥକ ପୃଥକ ଭାବେ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସର […]

Read More Text.
IMG 20260927 WA0277

ଜାତୀୟ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟା: ବିମୋହିତ କଲା ସମ୍ବଲପୁରର ’ଅନନ୍ୟ’ ଓ ମିଦିନାପୁରର ’ଓରେ ବିହଙ୍ଗ’

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ୧ମ ନାଟକ କ ଖ ଗ, ସମ୍ବଲପୁର ପ୍ରଯୋଜିତ ନାଟକ “ଅନନ୍ୟ” ମଞ୍ଚସ୍ଥ ହୋଇଥିଲା I ବ୍ରଜେନ୍ଦ୍ର ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୌମେନ୍ଦ୍ର ପୂଜାରୀ, ମିନାକ୍ଷୀ ସୁପକାର ଓ ମନୋଜ ବେହେରା ଅଭିନୟ କରିଥିବା ବେଳେ ଆଲୋକରେ ସିଦ୍ଧାର୍ଥ ହୋତା, ସଂଗୀତରେ ବ୍ରଜେନ୍ଦ୍ର ନାୟକ ଓ ମଞ୍ଚସଜ୍ଜାରେ ସଞ୍ଜୟ ମିଶ୍ର ସହଯୋଗ […]

Read More Text.
IMG 20260927 WA0271

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବାରିପଦାରେ ୫ କି.ମି. ପ୍ରମୋ ରନ୍: ଭାଗ ନେଲେ ୨୦୦ ଧାବକ

ବାରିପଦା: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀର ପ୍ରଚାର-ପ୍ରସାର, ପର୍ଯ୍ୟଟନ ପ୍ରତି ଜନସଚେତନତା ଏବଂ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ବାରିପଦାରେ ପାଞ୍ଚ କିଲୋମିଟର ‘ଓଡ଼ିଶା ପ୍ରମୋ ରନ୍’ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁବିଲି ଲାଇବ୍ରେରୀଠାରେ ପତାକା ଦେଖାଇ ଏହି ଦୌଡର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୦୦ ଜଣ ଧାବକ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ […]

Read More Text.
IMG 20260927 WA0245

ଅନ୍ୟତ୍ର ସ୍ଥାନାନ୍ତର ହେବ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ନୂତନ କୋଠା ନିର୍ମାଣ ଲାଗି ୩୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ବାରିପଦା:  ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଜରାଜୀର୍ଣ୍ଣ ଓ ଅସୁରକ୍ଷିତ କୋଠାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଦ୍ୟାଳୟର ପାଠ୍ୟଦାନକୁ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ […]

Read More Text.