ବାରିପଦା: ମୟୁରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂଥାନ ଅଞ୍ଚଳର କୁଲୁଘୁଟୁ ଗ୍ରାମ୍ଯ ନାଣ୍ଡୁଆ ନାଳରେ ଗତକାଲି ଶନିବାର ଦିନ ପୂର୍ବାହ୍ନ ସମୟରେ ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାଷି ଯାଇଥିବା ଜଣେ ନବାଳକ ର ମୃତଦେହକୁ ଆଜି ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଅଛି l
ସୂଚନାଯୋଗ୍ୟ ପଡୋଶୀ ଝାଡଖଣ୍ଡ ରାଜ୍ଯର ପଶ୍ଚିମ ସିଂହଭୂମ ଜିଲ୍ଲାର ତାନ୍ତେନଗର ଥାନା ଅଞ୍ଚଳର କାକେହୋ ଗ୍ରାମର ସ୍ବର୍ଗତ ଦୁର୍ଯୋଧନ କାଲୁଣ୍ଡିଆଙ୍କ ୧୭ ବର୍ଷିୟ ନାବାଳକ ପୁଅ ଶୁକ୍ରା କାଲୁଣ୍ଡିଆ କୁଲୁଘୁଟୁ ଗ୍ରାମରେ ମାମୁଁ ଘରେ ରହି ଦିର୍ଘବର୍ଷ ହେଲା ପଢ଼ାପଢ଼ି କରୁଥିଲା । ଗତକାଲି ନାଣ୍ଡୁଆ ନାଳରେ ସାଙ୍ଗସାଥୀ ଙ୍କ ସହ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଇଥିବା ଭଳି ଦୁଃଖଦ ଘଟଣା ଘଟି ଯାଇଥିଲା ।ଵଢିପାଣି ଯୋଗୁଁ ଗତକାଲି ବହୁ ଖୋଜାଖୋଜି କରି ପାଇଁ ଶୁକ୍ରାକୁ ପାଇ ନଥିଲେ ।ଆଜି ଅଗ୍ନିଶମ ବିଭାଗ ଦ୍ଵାରା ମୃତକକୁ ଉଦ୍ଧାର କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏ ବାବଦରେ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଅଛି l
