ବିଲରେ କାମ କରୁଥୁବା ବେଳେ ଟଳିପଡିଲେ ଚାଷୀ, ଅଂଶୁଘାତ ମୃତ୍ୟୁ ଅଭିଯୋଗ

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ର ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ l ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବନ୍ଧମୁଣ୍ଡି ଗ୍ରାମର ରଘୁନାଥ ମାହାନା ନାମକ ଜଣେ ଚାଷୀ ଆଜି ଦୁଇପ୍ରହର ସମୟରେ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ଚେତାଶୂନ୍ୟ ହୋଇ ବିଲରେ ପୋଡ଼ିଯାଇଥିଲେ l ଆଜି ଟାଣ ଖରା ଯୋଗୁଁ ବିଲରେ ଥିବା ପାଣି ମଧ୍ଯ ତାତି ଯାଇଥିଲା l ଫଳରେ ତାଙ୍କର ସେଠାରେ ମୃତ୍ୟୁ ଘିଟିଥିଲା […]

Read More Text.

ଅଙ୍ଗଦାନ କରି ଉଦାହରଣ ସାଜିଲେ ସୁଚରିତା ମହାନ୍ତି 

ବାରିପଦା : ପ୍ରାଚୀନ କାଳରୁ ସମାଜରେ ଭୂମିଦାନ, ଗୋ ଦାନ, କନ୍ୟାଦାନ, ଜଳଦାନ ଆଦି ଚଳଣି ରହିଆସିଛି I ଆଧୁନିକ ସମାଜରେ ଅତ୍ୟାଧୁନିକ ଯନ୍ତ୍ରପାତିର ଉଦ୍ଭାବନ ପରେ ରକ୍ତଦାନ ଓ ଅଙ୍ଗଦାନ କରି ଆଜି ଜଣେ ଅନ୍ୟର ଜୀବନ ବଞ୍ଚାଇବାର ସୌଭାଗ୍ୟ ଅର୍ଜନ କରିପାରୁଛି I ସେହି ଧାରାରେ ଲେଖିକା, କବି ତଥା ସମାଜସେବୀ ସୁଚରିତା ମହାନ୍ତି ପବିତ୍ର ଓଡିଶା ଦିବସ ଅବସରରେ ନିଜର ଅଙ୍ଗଦାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

Read More Text.
18830319 040226 cc getty randy george img 1024x576

ସେନାମୁଖ୍ୟ ଜେନେରାଲ ଜର୍ଜଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।   ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି। କ୍ରିଷ୍ଟୋଫର  ଲାନିଭ ନୂତନ ସେନାମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବେ। ପେଣ୍ଟାଗନ ନିଶ୍ଚିତ କରିଛି ଯେ. ପ୍ରତିରକ୍ଷା ସଚିବ ସେନାର ସର୍ବୋଚ୍ଚ ପଦାଧିକାରୀଙ୍କୁ ପଦ ଛାଡିବାକୁ କହିଛନ୍ତି। ତାଙ୍କୁ ହଟାଇବାର ସଠିକ କାରଣ […]

Read More Text.
Trump 1 1 300x182

ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ ପେଟେଣ୍ଟ ଔଷଧ ଅନ୍ତର୍ଭୁକ୍ତ ହେବ। ଏହା ସହିତ ଧାତୁ ସମ୍ପର୍କରେ ବିଭିନ୍ନ ପ୍ରକାରର […]

Read More Text.

୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ, ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ: ୮୧୬କୁ ବୃଦ୍ଧି ହେବ ଲୋକସଭା ଆସନ । ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗି ଆସୁଛି ବଡ଼ ବିଲ୍ । ଭାରତୀୟ ସଂସଦରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଲୋକସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରିବା ସହ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଣୁଛନ୍ତି । ଏଥିପାଇଁ ଏପ୍ରିଲ ୧୬ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ […]

Read More Text.

AMAZON ଉପରେ ଇରାନର ଆକ୍ରମଣ !

ଇରାନ୍ : ଗତକାଲି ଇରାନ୍ ଦୁବାଇରେ ଥିବା ଆମେରିକାର ଟେକ୍ କମ୍ପାନୀ ଓରାକଲର ଏକ ଡାଟା ସେଣ୍ଟର ଉପରେ ଆକ୍ରମଣ କରିଥିବା ଦାବି କରିଛି । ଦୁବାଇରେ ଥିବା ଓରାକଲର ଏକ ଡାଟା ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ଦାବି କରୁଛି ଇରାନର ସରକାରୀ ଗଣମାଧ୍ୟମ । କିନ୍ତୁ ଦାବିର ସ୍ପଷ୍ଟୀକରଣ ମିଳିପାରିନାହିଁ । IRGC ବାହାରିନରେ ଥିବା ଆମାଜନର କ୍ଲାଉଡ୍ କମ୍ପ୍ୟୁଟିଂ ସେଣ୍ଟରକୁ ଟାର୍ଗେଟ ଥିବା ଦାବି କରିବା ପରେ ଏହି ଆକ୍ରମଣର ଖବର ସାମ୍ନାକୁ ଆସିଛି । […]

Read More Text.

ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ: ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ । ରେଳୱେ ବୋର୍ଡର ନିଷ୍ପତ୍ତି ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା । ରେଳୱେକୁ ନେଇ ତେଜିଲା ରାଜନୀତି । ପ୍ରେସମିଟରେ ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କରିଛି ବିଜେଡି । ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର । କିନ୍ତୁ ଆନ୍ଧ୍ରପ୍ରଦେଶକୁ ପୂର୍ବତଟ ରେଳପଥର ଗୋଟିଏ ପରେ ଗୋଟିଏ ଅଞ୍ଚଳ କାହିଁକି ଚାଲିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରୁ ୨୦ […]

Read More Text.

ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ

ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ ମିଳିଛି ଯୁବକଙ୍କ ମୃତଦେହ । ସୂଚନା ଅନୁସାରେ, ଜଣେ ଯୁବକ ମୁହଁରେ ଗାମୁଛା ବାନ୍ଧି ନିର୍ମାଣ କୋଠାରେ ପଶିଥିଲେ । ସେଠାରେ କାମ କରୁଥିବା ଯୁବକ ମାନେ ଏ ସଂପର୍କରେ ଜାଣିପାରି ତାଙ୍କୁ ପିଛା […]

Read More Text.

୮ ନକଲି CID ଅଫିସରଙ୍କୁ ବାନ୍ଧିଲା ପୁଲିସ , ଘରୋଇ ଶିକ୍ଷାନୁଷ୍ଠାନରୁ କରୁଥଲେ ଟଙ୍କା ଆଦାୟ

ଭୁବନେଶ୍ୱର : ପୋଲିସ କବଜାରେ CID ଅଫିସର । ନିଜକୁ CID ବା ସିଟି ଡିଟେକ୍ସନ ଏଜେନ୍ସିର ଅଫିସର ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ୮ଜଣଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡା, ଜେନାମଣି ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ, ମନୋଜ କୁମାର ମିଶ୍ର, ଅନ୍ନପୂର୍ଣ୍ଣା ପଣ୍ଡା ଓ ନିଲୁ ନାୟକ । ଗିରଫ ଅଭିଯୁକ୍ତ ମାନେ CID ଏଜେନ୍ସି ଅଧିକାରୀ ପରିଚୟ ଦେଇ ବିଭିନ୍ନ […]

Read More Text.

‘ଗୁପ୍ତ ନୈମିଷାରଣ୍ୟ’ କୁଦାନଗରୀରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର: ମା’ ଦକ୍ଷିଣ କାଳିକାଙ୍କ ଆଶୀର୍ବାଦ ଭିକ୍ଷା କଲେ ଅତିଥି

କେନ୍ଦ୍ରାପଡା (ବିକାଶ କୁମାର ବେହେରା): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ରମଣୀୟ ପର୍ଯ୍ୟଟନ ସ୍ଥଳୀ କୁଦାନଗରୀଠାରେ ଏକ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଗୁପ୍ତ ନୈମିଷାରଣ୍ୟ’ ଭାବେ ଖ୍ୟାତ ଏହି ପବିତ୍ର ପୀଠକୁ ଗତ ଏପ୍ରିଲ ୧ ତାରିଖ ଦିନ ଭାରତର ସୁପ୍ରସିଦ୍ଧ ଭେଷଜ ବିଜ୍ଞାନୀ, ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ପରିଦର୍ଶନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। କୁଦାନଗରୀର ଅଧିଷ୍ଠାତ୍ରୀ ଦେବୀ ମା’ […]

Read More Text.