IMG 20260825 WA0310

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ବାରିପଦା : ‌ହିନ୍ଦୁ ସଂସ୍କୃତିରେ ଭାଇ ଭଉଣଘର ପବିତ୍ର ସଂପର୍କ ଓ ସ୍ନେହ ମମତା ପରଂପରା ସାରା ବିଶ୍ବରେ ଅନନ୍ୟ ଓ ଅବର୍ଣ୍ଣନୀୟ । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ ବୃନ୍ଦ ପବିତ୍ର  ରକ୍ଷାବନ୍ଧନ ଉଦ୍ଦେଶ୍ୟରେ ଆଜି ମୟୂରଭଂଜ ଜିଲ୍ଲାର ଵହଳଦା ଧରଣୀଲାଲ କଲେଜରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ  ,ଛାତ୍ରଛାତ୍ରୀମାନେ  ମଥାରେ ଅରୁଆ ଚାଉଳ,ସିନ୍ଦୁର ଲଗାଇ ହାତରେ ପବିତ୍ର ରାକ୍ଷୀ ବାନ୍ଧି ସମ୍ମାନ ଜଣାଇଥିଲେ । ଏଥି ସହିତ  ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର […]

Read More Text.
IMG 20260825 WA0292

ଆଦର୍ଶ ଆଇକନିକରେ ପଢିବେ ରାଇରଙ୍ଗପୁର ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର 

ବାରିପଦା : ରାଇରଙ୍ଗପୁର ଆଦର୍ଶ ସ୍କୁଲରେ ୨ ଜଣ ଛାତ୍ର ଚଳିତବର୍ଷ ଭୁବନେଶ୍ବରସ୍ଥ ଆଇକନିକ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।ସୂଚନାଯୋଗ୍ୟ ଭୁବନେଶ୍ଵର ଆଇକନିକ ଆଦର୍ଶ ବିଦ୍ୟାଳୟରେ  ଏକାଦଶ ଓ ଦ୍ଵାଦଶ ପଢ଼ିବା ପାଇଁ ରାଜ୍ୟ ସ୍ତରରେ ସମସ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ  ପାଇଁ ଏକ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଦଶମ ଶ୍ରେଣୀରେ‌  ଯେଉଁମାନେ ଶତକଡା ୯୦ ରୁ ଅଧିକ ମାର୍କ ରଖିଥାନ୍ତି ସେହିମାନେ କେବଳ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ […]

Read More Text.
IMG 20260825 WA0290

ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ 

ବାରିପଦା : ରାଜ୍ୟର ଖଣି ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ବ୍ୟବସ୍ଥାର ଅଧିକାରକୁ କବର ଦେଇ, ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ( ଏମ୍ ଏମ୍ ଡ ଆର୍) ସଂଶୋଧନ ଆଇନ୍ -୨୦୨୬ ପ୍ରଣୟନ କରି ସ୍ଵର୍ଣ୍ଣ ପ୍ରସୂ ଓଡ଼ିଶା ଗର୍ଭକୁ ଚିରି ଖଣିଜ ସମ୍ପଦର ମାଲିକାନା ଛଡାଇ ନେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ଵାଧୀନ ବିଜେପି ସରକାର । ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ […]

Read More Text.
IMG 20260825 WA0299

 ଦେଶ ପାଇଁ ଚୀନରେ ଖେଳିବେ ସନ୍ଧ୍ୟାରାଣୀ 

ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ରତା ବାରିପଦା  : ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ର୍ୟ l ଏହିଭଳି ଏକ ଉଦାହରଣ ଆଜି ଦେଖିବାକୁ ମିଳିଅଛି ଖେଳ ଜଗତରେ  l ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ […]

Read More Text.
Andhra

ନଦୀକୁ ଡେଇଁ ପ୍ରାଣ ହରାଇଲେ ଇଞ୍ଜିନିୟର ପରିବାର

ଆନ୍ଧ୍ରପ୍ରଦେଶ : ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର ।  ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା ।  ଜଣେ ଇଞ୍ଜିନିୟରଙ୍କ ପୂରା ପରିବାର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି ।  ପଞ୍ଚାୟତିରାଜ ଆସିଷ୍ଟାଣ୍ଟ ଇଂଜିନିୟର, ତାଙ୍କ ପତ୍ନୀ, ଝିଅ ଓ ଝିଅର ପୁଅ ନାତି ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ରାଜମହେନ୍ଦ୍ରବରମରେ ଗତ ୧୭ ତାରିଖରେ ଏକ ରେଳ ବ୍ରିଜ୍ ଉପରୁ ନଦୀକୁ ଡେଇଁଥିଲେ ପରିବାର । ସୁଇସାଇଡ୍ ନୋଟରେ ଆତ୍ମହ୍ୟା ପାଇଁ ରାଇଫଲ୍ ସୁଟିଂ କୋଚ୍ ଙ୍କୁ […]

Read More Text.
RAIN

ଦିଲ୍ଲୀରେ ବର୍ଷାର ତାଣ୍ଡବ, ରେଡ୍ ଆଲର୍ଟ ଜାରି କଲା IMD

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହା ସହିତ ଲାଗିଥିବା ଏନ୍‌ସିଆର୍‌ ଅଞ୍ଚଳରେ ମଙ୍ଗଳବାର ସକାଳୁ ହିଁ ମୁସଳଧାରା ବର୍ଷା ହେଉଛି । ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଛି ଏବଂ ଘନ କଳା ବାଦଲ ଦେଖି ଲାଗୁଛି ଯେ ବର୍ଷା ଦୀର୍ଘ ସମୟ ଧରି ଜାରି ରହିପାରେ । ଏହି କାରଣରୁ ଭାରତୀୟ ପାଣିପାଗ ବିଭାଗ (IMD) ଆଜି ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଛି । ଏହା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ପାଣିପାଗ […]

Read More Text.
Sugar m

ଭାରତରେ ମହଜୁଦ ଅଛି ପ୍ରଚୁର ପରିମାଣରେ ଚିନି, ଖୁବଶୀଘ୍ର କମିବ ବର୍ଦ୍ଧିତ ଚିନି ଦର: ISMA

ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି । କୌଣସି ବି ସ୍ଥିତିରେ ଚିନିର ଅଭାବ ପରିଲକ୍ଷିତ ହୋଇନାହିଁ । ଆସନ୍ତା କିଛିଦିନ ମଧ୍ୟରେ ଖୁବଶୀଘ୍ର ବର୍ଦ୍ଧିତ ଚିନି ଦରରେ ହ୍ରାସ ଘଟିବ । ଦେଶରେ ବଢ଼ୁଥିବା ଚିନିଦର ନେଇ ଏହି ସ୍ପଷ୍ଟୀକରଣ ଦେଇଛି ଭାରତୀୟ ଚିନିକଳ ଆସୋସିଏସନ୍ ବା ISMA । ପ୍ରତିକୂଳ ପାଗ, ପାର୍ବଣଋତୁ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ କଳାବଜାରୀ ଯୋଗୁ ଚିନିଦର ୧୬ ପ୍ରତିଶତରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି । […]

Read More Text.
Santana death kandhamal2 2026 08 25 19 39

ଗୁଣିଆର ଚେରମୂଳି ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ

କନ୍ଧମାଳ :  ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ପଞ୍ଚାୟତ ନେଡିପଙ୍ଗା ଗାଁର ଦୃଶ୍ୟ । ବିବାହର ଅନେକ ବର୍ଷ ପରେ ମଧ୍ୟ କୈାଣସି ସନ୍ତାନ ନହେବାରୁ ଗୁଣିଆ ଠାରୁ ଚେର ମୂଳି ଆଣି ଖାଇଥିଲେ ଦମ୍ପତି । ସ୍ତ୍ରୀ ଲଳିତା କହଁର ଓ ସ୍ଵାମୀ କାହ୍ନୁ ଚରଣ କହଁର ଚେର ମୂଳି ଖାଇ ଗତକାଲି ରାତିରେ ହଠାତ୍ ଅଚେତ୍ ହୋଇ ପଡ଼ିଥିଲେ । ଏନେଇ […]

Read More Text.
Assembly meeting

ସେପ୍ଟେମ୍ବର ୨୨ରୁ ବିଧାନସଭା ଅଧିବେଶନ, ରହିବ ୯ କାର୍ଯ୍ୟ ଦିବସ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ । ଚିଠା କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୨, ୨୩ ଓ ୨୪ ତାରିଖ ଲଗାତାର ତିନି ଦିନ ବିଧାନସଭାରେ ସରକାରୀ କାର୍ଯ୍ୟ ରହିବ । ଆସନ୍ତା ୨୫ ବେସରକାରୀ କାର୍ଯ୍ୟ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି […]

Read More Text.
Crocodile

ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ଆଳି : ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗଙ୍ଗାଧର ପ୍ରସାଦ ଡ଼ିଆ ଗାଁ ଖରସ୍ରୋତା ନଦୀକୂଳରେ ଅଘଟଣ ଘଟିଛି । ନିଖୋଜ ବୃଦ୍ଧ ହେଲେ ୬୦ ବର୍ଷିୟ ପାରେଶ୍ବର ବେହେରା । ନଦୀ ପାର ହେବାକୁ ଘାଟରେ ଡଙ୍ଗା ପାଇଁ ଠିଆ ହୋଇଥିବାବେଳେ କୁମ୍ଭୀର ଟାଣିନେଇଥିଲା । ସୂଚନା ଅନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ପରେଶ୍ୱର ଡଙ୍ଗା ନିକଟକୁ ଯାଉଥିଲେ । […]

Read More Text.