25

ଜଗଦ୍ଧାତ୍ରୀ ମେଳାରେ ପୁରସ୍କୃତ ହେବେ ୫୦ ଛାତ୍ରଛାତ୍ରୀ 

ରାଜ୍ୟ
ବାରିପଦା: ଜଗଦ୍ଧାତ୍ରୀ ମେଳା – ୨୦୨୬ ଅବସରରେ ନର୍ସରୀ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ, ଗୀତ ଓ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ କୁମାର୍ସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପ୍ରତିକୂଳ ପାଗ ସତ୍ତ୍ୱେ ଏହି ପ୍ରତିଯୋଗିତା ମାନଙ୍କରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I କୃତୀ ପ୍ରତିଯୋଗୀ ମାନଙ୍କୁ  ସାଂସ୍କୃତିକ ମଞ୍ଚରେ ଅତିଥିଙ୍କ ହାତରେ ପୁରସ୍କୃତ କରାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I
ବିଚାରକ ଭାବେ ସନ୍ତୋଷ କୁମାର ମହାନ୍ତି, ଭାଗବତ ପଣ୍ଡା, ଡ଼. ସରୋଜ କୁମାର କୁମାର ନାୟକ, ଅମିତାଭ ମିଶ୍ର, ସୌମ୍ୟ ଦାଶ, ଶାନ୍ତନୁ ସିଂହ, କଳ୍ପନା ମହାନ୍ତି, ସଞ୍ଜୟ କୁମାର ମହାପାତ୍ର, ରବୀନ କୁମାର ମହାପାତ୍ର ଓ ମହେଶ୍ୱର ମାର୍ଣ୍ଡି କୃତୀ ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ I ସୋମନାଥ ସିଂହଙ୍କ ମାର୍ଗଦର୍ଶନରେ ଆଲୋକ ବାରିକ ସମସ୍ତ ପ୍ରତିଯୋଗୀତା ପରିଚାଳନା କରିଥିବା ବେଳେ ଆନିଷ ମିଶ୍ର ଓ ସୁରଜ ବେହେରା ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *