ବାରିପଦା- ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଯକ୍ଷ୍ମା ରୋଗୀଙ୍କ ପାଇଁ ମାଗଣାରେ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା। ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଅଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ବରିଷ୍ଠ ଯକ୍ଷ୍ମା ତଦରଦକାରୀ ରୋହିତ କୁମାର ବାରିକ, ଆୟୁଷ ଡାକ୍ତର ଦେବାଶିଷ ପଣ୍ଡା, ଆୟୁଷ ଡାକ୍ତର ଅଯୋଧ୍ୟା ବେଶ୍ରା, ବାମ ସଲ୍ଖୁ ମାଝି, ସିନିୟର୍ ସ୍ବାସ୍ଥ୍ୟକର୍ମୀ ସମୀର କୁମାର ମହାନ୍ତ ଙ୍କ ଉପସ୍ଥିତି ରେ କୁସୁମୀ ବ୍ଲକ ର ୫୫ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିଲା। ଏହି ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ ରୋଗୀ ଭଲ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି।
