କୋଇଲା ଖଣିରେ ବିସ୍ଫୋରଣ, ୩୨ ଶ୍ରମିକ ମୃତ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ କୋଇଲା ଖଣି ଭିତରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ଆହୁରି ୧୦ ଜଣ ଶ୍ରମିକ ଭୂମି ତଳେ ଫସି ରହିଥିବା ଜଣାପଡ଼ିଛି । ଅଧିକାରୀମାନଙ୍କ କହିବା ଅନୁସାରେ, ସେମାନେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ଫସି ରହିଛନ୍ତି ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି । ସରକାରୀ ଖଣି ନିରୀକ୍ଷକ ଗନି ବାଲୋଚ […]

Read More Text.

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅବଧି

ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଏହି ଯୋଜନା ପାଇଁ ମୋଟ ୩.୧୫ ଲକ୍ଷ କୋଟି ଖର୍ଚ୍ଚକୁ ଅନୁମୋଦନ କରିଛି। ଏହି ନିଷ୍ପତ୍ତି ସହିତ ଲକ୍ଷ ଲକ୍ଷ ଯୋଗ୍ୟ ଚାଷୀ ଆଗାମୀ ବର୍ଷଗୁଡ଼ିକରେ ପ୍ରତିବର୍ଷ […]

Read More Text.

ପଥର ବ୍ୟବସାୟୀଙ୍କ ପରିଚାଳକଙ୍କ ଘରୁ ୨୮ କୋଟି ନଗଦ ସହ ୧୫ କିଲୋ ସୁନା ଜବତ

କଲକାତା : ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଅଭିଯାନ ଏକ ବଡ଼ ସଫଳତା ହାସଲ କରିଛି। ପଳାତକ ପଥର ବ୍ୟବସାୟୀ ଟୁଲୁ ମଣ୍ଡଳଙ୍କ ପରିଚାଳକ ଏବଂ ଶାଳକ ମିନାର ମଣ୍ଡଳଙ୍କ ଘରୁ ୨୮.୫ କୋଟି ଟଙ୍କା ନଗଦ ଏବଂ ୧୫ କିଲୋ ସୁନା ଜବତ କରାଯାଇଛି। ପୁଲିସ ମିନାର ମଣ୍ଡଳଙ୍କୁ ଗିରଫ କରି ତାଙ୍କ ଘର ସିଲ୍ କରିଛି। ଅଧିକାରୀମାନେ କହିଛନ୍ତି ଯେ ଏହା ରାଜ୍ୟରେ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ […]

Read More Text.

କୋଇଲା ବ୍ଲକ ଆବଣ୍ଟନ ମାମଲା, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦେଇଛନ୍ତି । ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜୟମାଲା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ […]

Read More Text.

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ : ଭୂସ୍ଖଳନ ଯୋଗୁଁ ୧୧୧ଟି ରାସ୍ତା ବନ୍ଦ, ଯାତ୍ରୀଙ୍କୁ ସତର୍କ ରହିବାକୁ ଅପିଲ୍

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ହେଉଥିବା ଲଗାଣ ବର୍ଷା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି । ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୨୯ ଜୁଲାଇରେ ଚାରଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ଅସ୍ଥାୟୀ ରୂପେ ସ୍ଥଗିତ କରାଯାଇଛି । ରାଜ୍ୟର ବିଭିନ୍ନ ଭାଗରେ ଭୂସ୍ଖଳନ, କାଦୁଅ ଏବଂ ବଡ଼ ବଡ଼ ପଥର ପାହାଡରୁ ଖସିଛି । ଫଳରେ ୧୧୧ଟି ସଡ଼କ […]

Read More Text.

ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ; ଅପମାନ କଲେ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ:’ବନ୍ଦେ ମାତରମ୍’କୁ ମିଳିବ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ବୁଧବାର ରାଜ୍ୟସଭାରେ ପାରିତ ହୋଇଛି।ବିଲ୍ ପାସ୍ ହେବା ପରେ ‘ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବ। ବିଲ୍‌ ଉପରେ ଆଲୋଚନାର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ,ଏହି ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, […]

Read More Text.
29bbs 78 29072026 112 2026 07 29 20 36

ଜାପାନରେ ୭.୧ ତୀବ୍ରତାର ଭୂକମ୍ପ : ୧୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୁମାମୋତୋ : ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଦକ୍ଷିଣ-ପଶ୍ଚିମ ଜାପାନ । ୭.୧ ତୀବ୍ରତାର ଏହି ଭୂକମ୍ପ ପରେ କୁମାମୋତୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ଅତି କମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି। ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛି। ଜାପାନ ମେଟେରୋଲୋଜିକାଲ ଏଜେନ୍ସି ଅନୁସାରେ, ଜୁଲାଇ ୨୮ ତାରିଖ ଅପରାହ୍ଣ ପ୍ରାୟ ୪ଟା ୨୭ ମିନିଟ୍‌ରେ କୁମାମୋତୋ ଅଞ୍ଚଳରେ […]

Read More Text.

ପେପର୍ ଲିକ୍ ଆନ୍ଦୋଳନ ବେଳେ ଅଟକ ଥିବା ସମସ୍ତ ନାବାଳକଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅଟକ ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି କୋର୍ଟ । କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ସମସ୍ତ ରାଜ୍ୟରେ ଅଟକ ରଖାଯାଇଥିବା ନାବାଳକଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀର ଜନ୍ତର ମନ୍ତର […]

Read More Text.

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଦୁଇ ଦିନ ଯାଏଁ ଚାରଧାମ ଯାତ୍ରା ସ୍ଥଗିତ

ଉତ୍ତରାଖଣ୍ଡ : ଚାରଧାମ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡରେ ହେଉଥିବା ଚାରଧାମ ଯାତ୍ରାକୁ ୨ ଦିନ ଯାଏଁ ସ୍ଥଗିତ କରାଯାଇଛି । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯାତ୍ରା ମଙ୍ଗଳବାର ଏବଂ ବୁଧବାର ବନ୍ଦ ରହିବ ବୋଲି ଜଣାପଡିଛି । ଖବର ମୁତାବକ, ଚାରଧାମ ଯାତ୍ରା ମାର୍ଗରେ ଅନେକ ସ୍ଥାନରେ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାସ୍ତା ବନ୍ଦ ପଡିଛି । ପ୍ରବଳ […]

Read More Text.

ଇ-୨୦ ଇନ୍ଧନ ନୀତି ବିରୋଧରେ ୪ରେ ଦିଲ୍ଲୀ ପରିବହନ ସଂଘର ସଂସଦ ଅଭିମୁଖେ ବିଶାଳ ପ୍ରତିବାଦ ଶୋଭାଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀର ଟ୍ୟାକ୍ସି ଓ ପରିବହନ ସଂଘଗୁଡ଼ିକ ପକ୍ଷରୁ ଇ-୨୦ ଇନ୍ଧନ (ଇଥାନଲ୍-ମିଶ୍ରିତ ପେଟ୍ରୋଲ) ନୀତି ବିରୋଧରେ ଆସନ୍ତା ଅଗଷ୍ଟ ୪ ତାରିଖରେ ସଂସଦ ଭବନ ଅଭିମୁଖେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି। ସାଂସଦମାନେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିରବ ରହିଥିବାରୁ ସେମାନଙ୍କୁ ଚେତାଇବା ପାଇଁ ପ୍ରସ୍ତାବିତ ଶୋଭାଯାତ୍ରା ‘ୱେକ୍-ଅପ୍ କଲ୍’ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଇଥାନଲ୍ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିଗୁଡ଼ିକର ମାଇଲେଜ୍ କମିଯାଉଛି, […]

Read More Text.